ସରକାରୀ ଅର୍ଥ ଗୋବିନ୍ଦଙ୍କ ଶିକ୍ଷାନୁÂାନରେ ଅପବ୍ୟୟ ହେଉଥିଲା: ସତ୍ୟପ୍ରକାଶ ନାୟକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେଡି ସରକାରର ବହୁ ନେତା ଓ ଅଧିକାରୀଙ୍କ ସମ୍ପୃକ୍ତ ଅଛନ୍ତି । କଂଗ୍ରେସ ଏଭଳି ଅଭିଯୋଗ କରିଛି । ଏକ ସାମ୍ୱାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି, ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଗୋବିନ୍ଦ ସାହୁଙ୍କ ଘରୋଇ ଶିକ୍ଷାନୁÂାନରେ ଅପବ୍ୟୟ ହେଉଥିଲା । ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଯାହା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିନିଯୋଗ ହେବା କଥା । ସେ ଅର୍ଥକୁ ବାଟମାରଣା କରାଯାଇ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁÂାନରେ ଖର୍ଚ୍ଚ କରାଯାଇଛି । ପଞ୍ଚାୟତିରାଜ ବିଭାଗର ଏଭଳି ବେଆଇନ ନିଷ୍ପତ୍ତି ଉପରେ ଘୋର ଆପତ୍ତି ମଧ୍ୟ ଉଠାଇଛନ୍ତି ସିଏଜି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଅର୍ଥକୁ ମହାଲିଙ୍ଗ ଘରୋଇ କଲେଜର ଲେଡିଜ ହଷ୍ଟେଲର ଲନ୍ ତିଆରି କରିବାରେ କିଭଳି ଖର୍ଚ୍ଚ କରାଯାଉଥିଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । କେବଳ ପଞ୍ଚାୟତିରାଜ ବିଭାଗ ଅର୍ଥ ନୁହେଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କୋଟି କୋଟି ଟଙ୍କା ମଧ୍ୟ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁÂାନରେ ଖର୍ଚ୍ଚ ହେଉଥିଲା । ଏହା ପଛରେ ମନ୍ତ୍ରୀ ଓ ନେତାଙ୍କ ସୁପାରିସ ହିଁ ମୂଳ କାରଣ ବୋଲି ସତ୍ୟ ଅଭିଯୋଗ କରିଛନ୍ତି । ୨୦୧୩ରେ ଯୁକ୍ତ୨ ପରୀକ୍ଷାରେ ରସାୟନବିଜ୍ଞାନ ପେପରର ପ୍ରଶ୍ନପତ୍ର ଲିକ୍ରେ କେନ୍ଦ୍ରସ୍ଥଳ ଥିଲା ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ । ସେତେବେଳେ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । କିନ୍ତୁ ତଦନ୍ତ କ’ଣ ହେଲା ଓ କ’ଣ କାର୍ଯ୍ୟାନୁÂାନ ନିଆଗଲା ତାହା ଆଜି ଯାଏ କେହି ଜାଣିପାରିଲେନି । ଏକ ଦାଗୀ ଅନୁÂାନ ଓ ଦାଗୀ ବ୍ୟକ୍ତିଙ୍କୁ ସରକାରଙ୍କ ଏତେ ଅନୁକମ୍ପା ଓ ସହାୟତା କ’ଣ ପାଇଁ ଦିଆଯାଉଥିଲା ବୋଲି ସେ କହିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ବରିÂ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons