୨୫ ବିମାନ ବନ୍ଦରର ଘରୋଇକରଣ ହେବ

Get real time updates directly on you device, subscribe now.

ମୁମ୍ବାଇ:୬ଟି ବିମାନ ବନ୍ଦରର ଘରୋଇକରଣ କରିବା ପରେ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୨୦ରୁ ୨୫ଟି ବିମାନବନ୍ଦରର ଘରୋଇକରଣ କରିବାକୁ ବିଚାର କରୁଛନ୍ତି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ)ର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ଏହା କହିଛନ୍ତି ।
ଗତବର୍ଷ ଲକ୍ଷେ୍ନø, ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୁରୁ, ଥିରୁଅନନ୍ତପୁରମ୍ ଏବଂ ଗୁଆହାଟି ଆଦି ୬ଟି ବିମାନବନ୍ଦରର ଘରୋଇକରଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ସରକାରୀ-ଘରୋଇ-ସହଭାଗିତା(ପିପିପି) ମଡେଲ ଜରିଆରେ ଏହି ବିମାନବନ୍ଦରଗୁଡିକର ପରିଚାଳନା ଏବଂ ବିକାଶ କରାଯିବା ପାଇଁ ସରକାର ସ୍ଥିର କରିଥିଲେ । ଏହି ୬ଟି ବିମାନବନ୍ଦର ମଧ୍ୟରୁ ୫ଟିର ପରିଚାଳନା ପାଇଁ ଫେବ୍ରୁଆରୀରେ ଆଦାନି ଗ୍ରୁପ୍ କଣ୍ଟ୍ରାକ୍ଟ ହାସଲ କରିଛି । ମହାପାତ୍ର କହିଛନ୍ତି ଯେ, ଆମେ ୬ଟି ବିମାନବନ୍ଦରର ଘରୋଇକରଣ କରିଛୁ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୨୦ରୁ ୨୫ଟିର ଘରୋଇକରଣ କରାଯିବ । ଏହି ୨୫ଟି ବିମାନବନ୍ଦରରେ ବାର୍ଷିକ ଯାତ୍ରୀ ପରିବହନ ସଂଖ୍ୟ ୧ରୁ ୧.୫ ନିୟୁତ ଥିବ । ସୂଚନାଯୋଗ୍ୟ, ମହାପାତ୍ର ଅଗଷ୍ଟ ୧ରୁ ଶିଳ୍ପ ଏବଂ ଆନ୍ତଃ ବାଣିଜ୍ୟ ବିଭାଗର ସଚିବ ଦାୟିତ୍ୱ ନେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons