ଓଡ଼ିଶା ପୁଲିସ୍ ବିଜୟୀ

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ବାରବାଟୀ ଷ୍ଟାଡିୟମ୍ ଆଜି ଖେଳାଯାଇଥିବା ଫାଓ ଲିଗ୍ରେ ଓଡ଼ିଶା ପୁଲିସ୍ ୪-୦ ଗୋଲରେ ୟଙ୍ଗ୍ ଉକ୍ରଳ କ୍ଲବ୍କୁ ପରାସ୍ତ କରିଛି । ୧୧ ମିନିଟ୍ରେ ଦଳୀୟ ଖେଳାଳି ଜଗମୋହନ ଜରେଇ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ । ଏହାପରେ ଅରୁଣ ବୁଦୁଲା ୩୪ ଓ ୪୬ ମିନିଟ୍ରେ ଲଗାତାର ଦୁଇ ଗୋଲ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲେ । ଶେଷରେ ୬୦ ମିନିଟ୍ରେ ବିଜୟ ଘଲନ ଆଉ ଏକ ଗୋଲ ଦେଇ ଦଳକୁ ଏକତରଫା ବିଜୟୀ କରାଇଥିଲେ । ରେଫରୀ ଭାବେ ସେନ୍ତେଇଲ ନାଥନ, ସୁବ୍ରତ ପୁରୋହିତ, ଭୀମ୍କୁମାର ଛେତ୍ରୀ, ଜ୍ୟୋତିରଞ୍ଜନ ସ୍ୱାଇଁ ଦାୟିତ୍ୱ ତୁଲାଇଥିବା ବେଳେ ମ୍ୟାଚ କମିଶନର ଥିଲେ ସୁଜିତ କୁମାର ପାତ୍ର । ୨୮ତାରିଖ ଦିନ ପରବର୍ତ୍ତୀ ମ୍ୟାଚ ଖେଳାଯିବ । ଏଥିରେ ସ୍ପୋର୍ଟ୍ସ ହଷ୍ଟେଲ ପ୍ରତିପକ୍ଷ ୟଙ୍ଗ୍ ଉ+ଳ କ୍ଲବ୍କୁ ଭେଟିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons