ଟୋକିଓ: ଜାପାନ ଓପନ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ କ୍ୱାର୍ଟରରେ ପରାସ୍ତ ହୋଇ ଅଭିଯାନ ଶେଷ କରିଛନ୍ତି ମହିଳା ତାରକା ପିଭି ସିନ୍ଧୁ । ମାତ୍ର ପୁରୁଷ ବର୍ଗରେ ସାଇ ପ୍ରଣିଥ ଚମ+ାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେ;ୀ ଯୋଡ଼ି କ୍ୱାର୍ଟରରେ ପରାଜିତ ହୋଇଛନ୍ତି ।
ସିଙ୍ଗାପୁର ସୁପର ସିରିଜ୍ ଜିତିବାର ଦୁଇ ବର୍ଷ ୩ ମାସ ପରେ ପୁଣି ପ୍ରଣିଥ ଆଉ ଏକ ଟାଇଟଲର ନିକଟତର ହୋଇଛନ୍ତି । ସେ ଆଜି କ୍ୱାର୍ଟର ଫାଇନାଲରେ ଇଣ୍ଡୋନେସିଆର ଟମି ସୁଜିଆର୍ଟୋଙ୍କୁ ୨୧-୧୨, ୨୧-୧୫ ଗେମ୍ରେ ପରାଜିତ କରିଥିଲେ । ସେ ସେମି ଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କୁ ଭେଟିବେ । ପ୍ରଣିଥଙ୍କ ବିଶ୍ୱ ମାନ୍ୟତା ଏବେ ୨୩ । ସେ କେଣ୍ଟୋଙ୍କୁ ପରାଜିତ କରିବା ନେଇ ଦୃଢ଼ ଆଶାବାଦୀ ରହିଛନ୍ତି । ଉଭୟଙ୍କ ମଧ୍ୟରେ ପୂର୍ବରୁ ୪ ଥର ମୁକାବିଲା ହୋଇଛି । ୨୦୧୩ରେ ପ୍ରଣିଥ ୨ ଥର ତାଙ୍କୁ ପରାଜିତ କରିଥିଲେ । ମାତ୍ର ପରେ ୨୦୧୮ ଓ ୨୦୧୯ରେ ଉଭୟଙ୍କ ମଧ୍ୟରେ ଦୁଇଥର ମୁକାବିଲା ହୋଇଥିଲା । ଆଉ ଏଥିରେ କେଣ୍ଟୋ ବିଜୟ ଲାଭ କରିଛନ୍ତି ।
ସିନ୍ଧୁଙ୍କୁ ନେଇ ଆଶା ରହିଥିଲା । ସେ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଏହି ଟାଇଟଲ ଜିତିବେ । ହେଲେ କ୍ୱାର୍ଟରରେ ସେ କ୍ୱାର୍ଟରରେ ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇବାରେ ବିଫଳ ହୋଇଥିଲେ । ସିନ୍ଧୁ ୧୮-୨୧, ୧୫-୨୧ ଗେମ୍ରେ ପରାଜିତ ହୋଇଥିଲେ । ପ୍ରଥମ ଗେମ୍ ସଂଘର୍ଷପୂର୍ଣ୍ଣ ଥିଲା । ଆକାନେ କିନ୍ତୁ ଏହି ଗେମ୍କୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲେ । ଦ୍ୱିତୀୟ ଗେମ୍ରେ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ବହୁ ପ୍ରୟାସ କରି ସିନ୍ଧୁ ସଫଳ ହୋଇ ନଥିଲେ ।
ସାତ୍ତ୍ୱିକ-ଚିରାଗ ଯୋଡ଼ି ବିଶ୍ୱର ୩ ନଂ ଜାପାନ ଯୋଡ଼ି ତାକେସି କାମୁରା ଓ କେଇଗୋ ସୁନୋଡାଙ୍କ ଠାରୁ ୧୯-୨୧, ୧୮-୨୧ ଗେମ୍ରେ ପରାଜିତ ହୋଇଥିଲେ । ପ୍ରଣିଥଙ୍କୁ ଛାଡ଼ି ଅନ୍ୟ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀଙ୍କ ଅଭିଯାନ ଶେଷ ହୋଇଛି ।
Comments are closed, but trackbacks and pingbacks are open.