ଦ. ଆଫ୍ରିକାରେ ଭୟଙ୍କର ବନ୍ୟା: ୪୫ ମୃତ

Get real time updates directly on you device, subscribe now.

ଡର୍ବାନ: ଦକ୍ଷିଣ ଆଫ୍ରିକାର ଡର୍ବାନ୍ ସହରରେ ଭୟଙ୍କର ବନ୍ୟା ଯୋଗୁ ଅତିକମ୍ରେ ୪୫ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି । କ୍ୱାଜୁଲୁ-ନାଟାଲ ପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି । ଅନେକ ଲୋକ ନିଖୋଜ ହୋଇଯାଇଥିବାରୁ ମୃତୁ୍ୟ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଡର୍ବାନ୍ର କେତେକ ସ୍ଥାନରେ ଲୋକମାନେ ସେମାନଙ୍କ ଘରଛାତ ଉପରେ ରିଲିଫ ସହାୟତା ପାଇଁ ଅପେକ୍ଷା କରିଛନ୍ତି । ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ ହୋଇଛି । ଡର୍ବାନ୍ଙ୍କୁ ସଂଯୋଗ କରୁଥିବା ପ୍ରମୁଖ ସଡ଼କପଥ କ୍ଷତିଗ୍ରସ୍ତ ହୋଇଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି । ଫଳରେ ରିଲିଫ୍ ସହାୟତା ପହଞ୍ଚି ପାରୁନାହିଁ । ଏଥିପାଇଁ ମେୟର ଲୋକମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons