ରାଷ୍ଟ୍ରପତିଙ୍କ ସହ ଆଫ୍ରିକା ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୮ ତାରିଖରେ ଆଫ୍ରିକାର ୩ଟି ଦେଶକୁ ୮ଦିନିଆ ଗସ୍ତରେ ଯିବେ । ଆଫ୍ରିକାର ବେନିନ୍, ଜିନିଆ ଓ ଗାମ୍ବିଆକୁ ଗସ୍ତ କରିବେ । ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ରାଷ୍ଟ୍ରପତି ଭବନ ସୂତ୍ରରୁ ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀଷଡ଼ଙ୍ଗୀଙ୍କ ସମେତ ପଶ୍ଚିମବଙ୍ଗର ସାଂସଦ ଦିଲ୍ଲୀପ ଘୋଷ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଆଫ୍ରିକା ଗସ୍ତରେ ଯିବେ । ରାଷ୍ଟ୍ରପତି ପ୍ରଥମେ ଆଫ୍ରିକାର ବେନିନ୍ରେ ପହଞ୍ଚିବେ । ବେନିନ ସହ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ସୁଦୃଢ଼ କରିବାକୁ ଆଲୋଚନା ହେବ । ବେନିନ୍ ପରେ ଗାମ୍ବିଆ ଓ ପରେ ଶେଷରେ ଜିନିଆ ଗସ୍ତ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons