ପୋଷଣ ଅଭିଯାନକୁ ରାଜ୍ୟ ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରନ୍ତୁ: ସମୀର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅପପୃଷ୍ଟି ମୁକ୍ତ ଭାରତ ପାଇଁ ମୋଦି ସରକାର ପୋଷଣ ଅଭିଯାନ ଜରିଆରେ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପୋଷଣ ସପ୍ତାହ, ପୋଷଣ ମାସ ମାଧ୍ୟମରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରାଯାଉଛି । ଫଳରେ ମୋଦି ସରକାର ଅମଳରେ ୫ ବର୍ଷରୁ କମ୍ ବୟସ୍କର ଶିଶୁଙ୍କ ପୋଷଣା ସୁଚକାଙ୍କରେ ବ୍ୟାପକ ସୁଧାର ଆସିଛି । ୧୩.୨୦ ଲକ୍ଷ ଅଙ୍ଗନବାଡି କେନ୍ଦ୍ର ପ୍ରତିÂା କରାଯାଇ ଶିଶୁ ଓ ମହିଳାଙ୍କ ପୋଷଣ ସୁନିଶ୍ଚିତ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ୩୦ ଜିଲ୍ଲାରୁ ୧୦ ଜିଲ୍ଲାରେ ପୁଷ୍ଟହୀନତା ଗମ୍ଭୀର ରୂପ ଧାରଣ କରିଛି । ଏ ପରିସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନକୁ ରାଜ୍ୟ ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରିବା ଆବଶ୍ୟକ । ଏହି ଯୋଜନାର ସଫଳ ରୁପାୟନରେ ରାଜ୍ୟର ଶିଶୁ ଓ ମହିଳାଙ୍କ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।
ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେପି ପକ୍ଷରୁ ଗତ ୭ ତାରିଖରୁ ଦେଶ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଯୋଜନାର କାର୍ଯ୍ୟକାରିତା ତଦାରଖ କରିବା ସହ ସଚେତନତା ସୃଷ୍ଟି କରୁଛନ୍ତି । ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱର ଜାଗମରାସ୍ଥିତ ଖଣ୍ଡୁଆଳ ମଠରେ ଆୟୋଜିତ ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପ;ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଓ ହିମାଂଶୁ ଛୋଟରାୟ, ସ୍ଥାନୀୟ କର୍ପୋରେଟର ସୁଜାତା ଛୋଟରାୟ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons