ମିସ୍ ଇଣ୍ଡିଆ ରନର୍ସ ହେଲେ ମୋନିକା

Get real time updates directly on you device, subscribe now.

ପାରଳାଖେମୁଣ୍ଡି,(ବି.ବି.ଆପ୍ର): ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସ ହୋଇଛନ୍ତି ପାରଳାଖେମୁଣ୍ଡିର ମୋନିକା ପଣ୍ଡା । ୫୦ଜଣ ପ୍ରତିଯୋଗୀଙ୍କୁ ନେଇ ଅନୁÂିତ ଏହି ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ଝିଅ ୨ୟ ରନର୍ସ ହେବା ଅଞ୍ଚଳ ପାଇଁ ଗର୍ବ । ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି । ଝିଅର ଏହି ସପଳତା ପାଇଁ ବାପା ପ୍ରତାପ ଚନ୍ଦ୍ର ପଣ୍ଡା ଏବଂ ମାତା ରଶ୍ମିିତା ପଣ୍ଡା ଖୁସି ପ୍ରକାଶ କରିବା ସହ ଏହି କ୍ୟାରିୟରରେ ସେ ଅଗ୍ରଗତି କରିବ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ଏହି ସଫଳତାର ଶ୍ରେୟ ବାପା, ମା’ ଏବଂ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି ମୋନିକା ।
ଉପାନ୍ତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ପ୍ରତାପ ଚନ୍ଦ୍ର ପଣ୍ଡା ଏବଂ ମାତା ରଶ୍ମିିତା ପଣ୍ଡାଙ୍କ ଏକମାତ୍ର ଝିଅ ମୋନିକା । ମୋନିକା ପିଲାଟି ବେଳରୁ ଜଣେ ନୃତ୍ୟାଙ୍ଗନା ହେବାର ସ୍ୱପ୍ନ ଦେଖିଥିଲେ । ଝିଅର ଏଭଳି ଆଗ୍ରହକୁ ଦେଖି ବାପା ଓ ମା’ ତାଙ୍କୁ ସେଦିଗରେ ପ୍ରୋତ୍ସାହିତ କରିଥିଲେ । କରୋନା ପାଇଁ ସାର ଦେଶ ଲକଡାଉନ୍ ହୋଇଥିବା ଯୋଗୁଁ ସେ ନୃତ୍ୟ ଶିଖିବାକୁ ଯାଇପାରିନଥିଲେ । ପରେ ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଆବେଦନ କରିଥିଲେ । ସେଠାରୁ ଡକରା ଆସିବା ପରେ ଅନଲାଇନ୍ ମାଧ୍ୟମରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ । ଦେଶର ବିଭିନ୍ନ ସ୍ଥାନରୁ ୫୨ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ । ସେଥିମଧ୍ୟରୁ ଓଡିଶାରୁ ୨ଜଣ ପ୍ରତିଯୋଗୀ ଥିଲେ । ଦୀର୍ଘ ଦିନର ପ୍ରୟାସ ପରେ ଆଜି ମୋନିକାଙ୍କୁ ଏହି ସଫଳତା ମିଳିଥିବାରୁ ସେ ବେଶ୍ ଖୁସିଥିବା କହିଛନ୍ତି । ଏହା ସହ ସେ ନିଜ ପାଠପଢାରେ ମଧ୍ୟ ସମୟ ଦେଉଛନ୍ତି । ଭବିଷ୍ୟତରେ ଜଣେ ଅଭିନେତ୍ରୀ ସହ ନିଜର ପରିବାର ପ୍ରତିପୋଷଣ ପାଇଁ ଭଲ ଚାକିରି କରିବା ପାଇଁ ଆଶା ରଖିଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons