ବାଲ୍ୟବିବାହ ରୋକିବ ‘ମିଶନ ଉଡାନ୍’

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ଆପ୍ର): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବାଲ୍ୟବିବାହ ରୋକିବ ‘ମିଶନ ଉଡ଼ାନ’ । ‘ମିଶନ ଉଡ଼ାନ’ ଏକ କ୍ଷୁଦ୍ର ଚଳଚ୍ଚିତ୍ରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲୋକାର୍ପିତ କରାଯାଇଛି । ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଚଳଚ୍ଚିତ୍ରକୁ ରିଲିଜ୍ କରିବା ପରେ ସିନେମାର ପୋଷ୍ଟର ଓ ଭିଡିଓ କ୍ଲିପ୍କୁ ମନିଟରରେ ଲୋକାର୍ପିତ କରିଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦର୍ଶିତ କରାଯାଇଥିଲା । ଏହି ଚଳଚ୍ଚିତ୍ର ସୋସିଆଲ ମିଡିଆରେ ଛଡ଼ାଯାଇ ଜିଲ୍ଲାର ସମସ୍ତ ଅଞ୍ଚଳରେ ପ୍ରଦର୍ଶିତ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲା କହିଛନ୍ତି ।
ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି, ଜିଲ୍ଲାରେ ଗତ କିଛି ବର୍ଷ ହେଲା ସବୁଠାରୁ ଅଧିକ ବାଲ୍ୟବିବାହ କରାଯାଉଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଉଦ୍ୟମରେ ଏକ ପ୍ରୟାସ ଆରମ୍ଭ କରାଯାଇ ସଫଳତା ହାସଲ ହୋଇଛି । ବାଲ୍ୟବିବାହ ହାର ଜିଲ୍ଲାରେ ହ୍ରାସ ପାଇଛି । ଆଗାମୀ ଦିନରେ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଜିଲ୍ଲାରେ ‘ମିଶନ ଉଡ଼ାଣ’ ନାଁରେ ୫୦ ଦିନିଆ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ଦେଇଛନ୍ତି ।
ବାଲ୍ୟବିବାହ ସମାଜର ଏକ କୁତ୍ସିତ ପ୍ରଥା । ଏହାର କୁପରିଣାମ ଓ ଏହାକୁ କିପରି ରୋକାଯିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ଭକ୍ତିପ୍ରସାଦ ସାହୁ ନିଦେ୍ର୍ଧଶନା ଦେଇଛନ୍ତି । ଆଲ୍ ଓଡ଼ିଶା ମାର୍ଶଲ ଆର୍ଟ ଏକାଡେମୀର ମୁଖ୍ୟ ପ୍ରତିÂାତା ବିନାଶ କୁମାର ମିଶ୍ରଙ୍କ ସହଯୋଗରେ ଆଓମା ଗୁରୁକୂଳର ଛାତ୍ରଛାତ୍ରୀ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧିକାରୀ, ଥାନା ଅଧିକାରୀ ଓ କର୍ମଚାରୀ ଏହି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଛନ୍ତି ।
ପବିତ୍ର ଅକ୍ଷୟତୃତୀୟା ଅବସରରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ଲୋକାର୍ପିତ କରାଯାଇ ଲୋକଙ୍କୁ ସଚେତନ କରିବା ବାଲ୍ୟବିବାହ ରୋକିବା ଏହାର ମୂଳ ଲକ୍ଷ୍ୟ । ଲୋକାର୍ପଣ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଶିଶୁ ସୁରକ୍ଷା ଲିଗାଲ ଅଫିସର ସତ୍ୟଜିତ ପଣ୍ଡା, ଆଓମା ଗୁରୁକୂଳ ମୁଖ୍ୟ ବିନାଶ ମିଶ୍ର, ଅଲ୍ ଓଡ଼ିଶା ମାର୍ଶଲ ଆର୍ଟ ଏକାଡେମୀ ଅଧ୍ୟକ୍ଷ ରତ୍ନାକର ଦାଶଙ୍କ ସମେତ ଚଳଚ୍ଚିତ୍ରର କଳାକାର ଏବଂ ଆଓମା ଗୁରୁରକୁଳର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons