ତ୍ରିନାଥ ମାଲକାନଗିରିର ନୂଆ ପିଏ ଆଇଟିଡିଏ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ଆପ୍ର): ମାଲକାନଗିରି ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ପ୍ରଶାସକ ଭାବେ ଯୁବ ଓଏଏସ୍ ତ୍ରିନାଥ ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମାଝୀ ଆଜି ପ୍ରଥମେ ଜିଲ୍ଲାପାଳ ବିଶାଲ ସିଂଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବା ପରେ ଆଇଟିଡିଏରେ ଯୋଗ ଦେଇଛନ୍ତି । ଆଜି ଦାୟିତ୍ୱ ଗ୍ରହଣ ପରେ କାର୍ଯ୍ୟାଳୟ କର୍ମଚାରୀ ତାଙ୍କୁ ଫୁଲତୋଡ ଦେଇ ସ୍ୱାଗତ କରିଥିଲେ । ମାସେ ତଳେ ପୂର୍ବତନ ପ୍ରକଳ୍ପ ପ୍ରଶାସକ କ୍ଷୀରୋଦ୍ଧି ବେହେରା ଡିଆର୍ଡିଏକୁ ବଦଳି ହେବା ପରେ ଏହି ପଦ ଖାଲି ପଡ଼ିଥିଲା । ଉପଜିଲ୍ଲାପାଳ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି ଯେ, ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେବେ । ଜିଲ୍ଲାର ଆଦିବାସୀ ସ୍କୁଲ ଓ ହଷ୍ଟେଲ ଉନ୍ନତି କରିବା ଦିଗରେ କାର୍ଯ୍ୟ କରିବେ । ଆଦିବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons