ବିଜୁଳି ଓ ଶିକ୍ଷକ ବଦଳି ପ୍ରସଙ୍ଗକୁ ନେଇ ଉଦବେଗ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ):ଜିଲ୍ଲା ପରିଷଦ ବୈଠକରେ ଶିକ୍ଷକ ବଦଳି, ବିଦୁ୍ୟତକାଟ ଓ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ଅନିୟମିତାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ଶିକ୍ଷକ ବଦଳିରେ ବ୍ୟାପକ ଅନିୟମିତତା ହୋଇଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଅଭିଯୋଗ କରି ଶିକ୍ଷାବିଭାଗ ଉପରେ ବର୍ଷିଥିଲେ ।
ଉଭୟ ବିଧାୟକ ଅଭିଯୋଗ କରିଥିଲେ ଯେ, ବର୍ଷ ବର୍ଷ ଧରି ଗ୍ରାମାଞ୍ଚଳରେ ଖଟିଥିବା ଶିକ୍ଷକଙ୍କୁ ସହରାଞ୍ଚଳକୁ ବଦଳି କରାଗଲାନି । ସେମାନଙ୍କୁ ଏଥିରୁ ବଂଚିତ କରାଗଲା । ଏହା ପଛରେ ବ୍ୟାପକ ଅର୍ଥ କାରବାର ହୋଇଛି । ବିଧାୟକ ନିତ୍ୟାନନ୍ଦ କହିଥିଲେ ଯେ, ତାଙ୍କ ଶିକ୍ଷୟିତ୍ରୀ ପନôୀ ଦୀର୍ଘ ବର୍ଷ ଧରି ଗ୍ରାମାଞ୍ଚଳରେ ରହିଛନ୍ତି । ତାଙ୍କୁ ବି ସହରାଞ୍ଚଳକୁ ବଦଳି କରାଗଲା ନାହିଁ । ତାଙ୍କ ପନôୀ ଭଳି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ବର୍ଷ ବର୍ଷ ଧରି ଗ୍ରାମାଞ୍ଚଳରେ ଖଟୁଛନ୍ତି । ସରକାରୀ ନିୟମ ଅନୁଯାୟୀ ଶିକ୍ଷକ ବଦଳି କରାଯାଇଥିବା ଅଧିକାରୀ ମାନେ କହୁଥିବା ବେଳେ ଅନେକ ଶିକ୍ଷକଙ୍କୁ ଆଇନ ଉଲ୍ଲଂଘନ କରାଯାଇ ବଦଳି ପରେ ବଦଳି କରାଯାଉଛି ।
ରାଇଘର ଜିଲ୍ଲାପରିଷଦ ଜୋନ୍-୩ର ସଦସ୍ୟା ତଥା ଜିଲ୍ଲା ଉପାଧ୍ୟକ୍ଷା ଲିପିକା ବୋରେଇ କହିଥିଲେ ଯେ, ଜଣେ ଶିକ୍ଷକ ରାଇଘର ଶିକ୍ଷକମାନଙ୍କଠାରୁ ଇନ୍କ୍ରିମେଣ୍ଟ ବାବଦରେ ୨୦୦ ଟଙ୍କା ଓ ପଦୋନ୍ନତି ପାଇଁ ୧ ହଜାର ଟଙ୍କା ଲେଖାଏଁ ଆଦାୟ କରିଛନ୍ତି । ଏହାକୁ ସେ ଗୃହରେ ଉପସ୍ଥାପନ କରିବା ସହିତ ଅଭିଯୋଗପତ୍ରକୁ ଜିଲ୍ଲାପାଳ ଡ. କମଲୋଚନ ମିଶ୍ରଙ୍କୁ ଦେଇଛନ୍ତି । ଏହାର ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ନନ୍ଦାହାଣ୍ଡି ବ୍ଲକର ଜିଲ୍ଲାପରିଷଦ ସଭ୍ୟ ଦିବ୍ୟଦାନ ସୁନା ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟକୁ ଯୋଗାଣ ହେଉଥିବା ୫୦ କେଜି ଚାଉଳ ବସ୍ତାରେ ୩୫ କେଜିରୁ ୪୦ କେଜି ରହୁଛି । ଶିକ୍ଷାବିଭାଗ ନିକଟରେ ଖବର ଥିବା ସତ୍ତ୍ୱ କୌଣସି କାର୍ଯ୍ୟାନୁÂାନ ନିଆଯାଉନି । ଏହି ପ୍ରସଙ୍ଗରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମଧ୍ୟ ବିଦ୍ୟାଳୟକୁ ଚାଉଳ ଯୋଗାଣ କରୁଥିବା ଠିକାଦାରଙ୍କୁ ରଦ୍ଧ କରି ନୂଆ ଠିକାଦାରଙ୍କୁ ନିଯୁକ୍ତି ଦେବାକୁ ଜିଲ୍ଲା ଶିକ୍ଷାଧକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଚାଉଳ ଯୋଗାଣରେ ଅନିୟମିତତା ଏବଂ ଶିକ୍ଷକଙ୍କ ପଦନ୍ନୋତି ପାଇଁ ଟଙ୍କା କାରବାର ଘଟଣାର ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।
ଜିଲ୍ଲାରେ ବିଦୁ୍ୟତ ବିଭ୍ରାଟ ଓ ଅତ୍ୟଧିକ ବିଦୁ୍ୟତ ବିଲ୍କୁ ନେଇ ବିଧାୟକ ଶ୍ରୀ ରନ୍ଧାରୀ ଓ ବିଧାୟକ ଶ୍ରୀ ଗଣ୍ଡ ଗୃହରେ ଉଦ୍ବେଗ ପ୍ରକାଶ କରିଥିଲେ । ରାଇଘର ଅଂଚଳରେ ଲୋ-ଭୋଲଟେଜ୍ ସମସ୍ୟା ପାଇଁ ମକା ଓ ପନିପରିବା ଫସଲରେ ପାଣି ମାଢିପାରୁନି । ଚାଷୀଙ୍କର ଲକ୍ଷାଧିକଟଙ୍କାର ଫସଲ ନଷ୍ଟ ହେଉଛି । ଟଙ୍କା ନେବା ପରେ ବି ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ରସିଦ୍ ଦିଆଯାଉନି । ଟ୍ରାନ୍ସଫର୍ମର ପାଇଁ ଗ୍ରାମବାସୀଙ୍କଠାରୁ କାହିଁକି ଟଙ୍କା ଦାବି କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଶ୍ରୀ ରନ୍ଧାରୀ । ଟାଟାପାୱାର ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢୀ କହିଥିଲେ ଯେ, ରାଇଘର ସମେତ ଅନ୍ୟାନ୍ୟ ଅଂଚଳରେ ଲୋ-ଭୋଟେଜ୍ ସମସ୍ୟାର ସମାଧାନ ପାଇଁ ୫ଟି ସବ୍ଷ୍ଟେସନ କାର୍ଯ୍ୟ ଆରମ୍ଭ ହୋଇଛି । ରାଇଘର ଅଂଚଳରେ ସ୍ୱତନ୍ତ୍ର ଗ୍ରୀଡ ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଇଛି । ଟ୍ରାନ୍ସଫର୍ମର ପାଇଁ ଟଙ୍କା ଆଦାୟ ଘଟଣାକୁ ସେ ଖଣ୍ଡନ କରିବା ସହିତ ବକେୟା ବିଦୁ୍ୟତ ପାଇଁ ଟଙ୍କା ଆଦାୟ କରାଯାଇଥିବା କହିଥିଲେ । ସେ କହିଥିଲେ ଯେ, ଜିଲ୍ଲାରେ ୨ଲକ୍ଷ ୮୦ହଜାର ବିଦୁ୍ୟତ ଉପଭୋକ୍ତାଙ୍କ ମଧ୍ୟରୁ କେବଳ ୪୦ ହଜାର ଉପଭୋକ୍ତା ବିଲ୍ ପୈଠ କରୁଛନ୍ତି । ସେହିପରି ଜିଲ୍ଲାରେ ନିର୍ମାଣାଧୀନ ମେଗା ଜଳଯୋଗାଣ ପ୍ରକଳ୍ପଗୁଡିକର ମନ୍ଥର ଗତିକୁ ନେଇ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ବୈଠକରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାର ବିଭିନ୍ନ ବ୍ଲକର ଜିଲ୍ଲାପରିଷଦ ସଭ୍ୟସଭ୍ୟା, ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons