‘ଲଭ୍ ଆଜ୍ କଲ୍’ର ନୂଆ ନାୟିକା

Get real time updates directly on you device, subscribe now.

ଇମ୍ତିଆଜ ଅଲିଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲଭ୍ ଆଜ୍ କଲ୍-୨’କୁ ନେଇ ବେଶ ଉତ୍ସ ।ହିତ ନବାଗତା ପ୍ରଣତି ରାଏ ପ୍ରକାଶ । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସାରା ଅଲି ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନ । ପିଲାଦିନୁ ଇମ୍ତିଆଜ ଅଲି ତାଙ୍କ ପସନ୍ଦର ନିର୍ଦ୍ଦେଶକ ରହିଛନ୍ତି । ‘ଜବ୍ ୱି ମେଟ୍’ ଦେଖିବା ପରେ ପ୍ରଣତି ତାଙ୍କର ଜଣେ ବଡ଼ ପ୍ରଶଂସକ ହୋଇଯାଇଥିଲେ । ତାଙ୍କ କଳାତ୍ମକ କାର୍ଯ୍ୟକୁ ସେ ଖୁବ୍ ପସନ୍ଦ କରନ୍ତି । ଯେଉଁଭଳି ଭାବେ ସେ ଭାବନାକୁ ଜାବୁଡ଼ି ଧରି ଭିନ୍ନ ତରିକାରେ ପ୍ରେମକୁ ଉପସ୍ଥାପନ କରନ୍ତି, ତାହା ପ୍ରଣତିଙ୍କୁ ପାଗଳ କରେ । ଇମ୍ତିଆଜ ଅଲିଙ୍କ ନିର୍ଦ୍ଦେଶନାରେ କାମ କରିବାର ସୁଯୋଗ ପାଇ ସ୍ୱପ୍ନ ପୂରଣ ହୋଇଥିବା ସେ କହନ୍ତି । ଫିଲ୍ମଟି ୨୦୦୯ର ରୋମାଣ୍ଟିକ୍-କମେଡି ‘ଲଭ୍ ଆଜ୍ କଲ୍’ର ସିକ୍ୱେଲ । ସୈଫ୍ ଅଲି ଖାନ୍, ଦୀପିକା ପାଦୁକୋନ୍ ଓ ଋଷି କପୁର ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ୱେବ୍ ସିରିଜ୍ ‘ପଏଜନ୍’ ଜରିଆରେ ପ୍ରଣତି ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ନିକଟରେ ‘ଫ୍ୟାମିଲି ଅଫ୍ ଠାକୁରଗଞ୍ଜ’ ଜରିଆରେ ପାଦ ଦେଇଛନ୍ତି ବଲିଉଡ୍ରେ । ମିସ୍ ଇଣ୍ଡିଆ ୨୦୧୫ର ସେମି ଫାଇନାଲ୍ ପ୍ରତିଯୋଗୀ ଭାବେ ପରିଚିତ ପ୍ରଣତି ଏକାଧିକ ବିଜ୍ଞାପନରେ କାମ କରିଛନ୍ତି । ମୁମ୍ବାଇ ସ୍ଥିତ ଏନ୍ଆଇଏଫ୍ଟିରେ ଫ୍ୟାଶନ୍ କମ୍ୟୁନିକେସନ୍ ଅଧ୍ୟୟନ କରିଥିବା ଏହି ସୁନ୍ଦରୀ ଯୋଗ, ପେଣ୍ଟିଂ, ଡିଜାଇନିଂ ଓ ଭ୍ରମଣ ଆଦି ବହୁତ ଭଲପାଆନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons