ମା’ ଝିଅଙ୍କ ଖୁସି କହିଲେ ନ ସରେ । କିନ୍ତୁ କ’ଣ ପାଇଁ ଏ ଖୁସି ଜାଣିଛନ୍ତି । ଆସନ୍ତା ଅଗଷ୍ଟ ୯ତାରିଖ ପାଇଁ । ସେହିଦିନ ଏ ମା’ ଝିଅ ରିଅଲ୍ରେ ନୁହଁନ୍ତି ବରଂ ରିଲ୍ରେ ସମସ୍ତଙ୍କ ସାମ୍ନାକୁ ଆସିବେ । ଜଣେ ହେଲେ ଓଲିଉଡର ଏଭର୍ଗ୍ରଅୀନ୍ ଭର୍ସାଟାଇଲ୍ ସୁନ୍ଦରୀ ଅପରାଜିତା । ଆଉ ଜଣେ ହେଲେ ତାଙ୍କ ପଦାଙ୍କ ଅନୁସରଣ କରି ଶେଷରେ ତାଙ୍କୁ ମା’ ପ୍ରେମରେ ବାନ୍ଧି ଝିଅ ସାଜି ସ୍ନେହ ସାଉଁଟି ଚାଲିଥିବା ନାୟିକା ଭୂମିକା । ଅଞ୍ଜନେୟ ମିଡିଆ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ରେ ଉଭୟଙ୍କୁ ଦର୍ଶକ ମା’ ଏବଂ ଝିଅ ଭୂମିକାରେ ଦେଖିବାର ସୁଯୋଗ ପାଇବେ । ବୋଧହୁଏ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଏଭଳି ସଂଯୋଗ କରି ଓଡ଼ିଆ ସିନେମାର ଅତୀତ ଓ ବର୍ତ୍ତମାନକୁ ଏକାଠି କରିବାର ଏକ ଛୋଟିଆ ପ୍ରୟାସ କରିଛନ୍ତି । ଯାହା ବାସ୍ତବିକ ପ୍ରଶଂସନୀୟ ଓ ସ୍ମରଣୀୟ । ଏହାକୁ ଉଭୟେ ଅଭିନେତ୍ରୀ ନୁହନ୍ତି ବରଂ ଓଡ଼ିଆ ସିନେମା ବି ମନେ ରଖିବ । କାରଣ ଯାହାଙ୍କ ହାତରେ ଅନେକ କଳାକାର ଗଢ଼ା ହୋଇଛନ୍ତି, ତାଙ୍କ ସହିତ ଏକାଠି ସ୍କ୍ରିନ୍ ଶେୟାର କରିବା ପୁଣି ଝିଅ ହୋଇ । ଏହା ଭାଗ୍ୟରେ ଥିଲେ ମିଳେ । ରିଲିଜ୍ ପରେ ଦେଖିବା ବାକି ରହିଲା, ଏହି ମା’-ଝିଅଙ୍କ ହସ, ଲୁହରେ ଦର୍ଶକ କେତେ ଭିଜୁଛନ୍ତି ।
Comments are closed, but trackbacks and pingbacks are open.