‘ଡଟ୍ ଫେଷ୍ଟ’ ମନୋରଂଜନ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Get real time updates directly on you device, subscribe now.

ଭୁବନେଶ୍ବର : ଭୁବନେଶ୍ବରରେ ଡଟ ଫେଷ୍ଟ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଞ୍ଚରେ ୫-ଟି ସଚିବଙ୍କ ସହ ବିଡିଏର ଭାଇସ ଚାନ୍ସେଲର ବଲବନ୍ତ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବାନେଶ୍ବର (ଉତ୍ତର) ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଓଡ଼ିଶାର ସଂସ୍କୃତି ଭାରତରେ ସର୍ବାଗ୍ରେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୁଷ ହକି ବିଶ୍ୱକପ ପାଇଁ ଉତ୍ସବମୁଖର ହୋଇଛି ଓଡ଼ିଶା ଅନ୍ୟପଟେ ଡଟ ଫେଷ୍ଟ ଲୋକଙ୍କୁ ସନ୍ଧ୍ୟାରେ ମନୋରଞ୍ଜନର ଖୋରାକ ଯୋଗାଇବ।

ଏକାମ୍ର ହାଟରେ ଶତାଧିକ ଫୁଡ଼ ଷ୍ଟଲ ସହ ମିଶନ ଶକ୍ତି, ହସ୍ତତନ୍ତ, ହସ୍ତଶିଳ୍ପ, ଓଡ଼ିଆଙ୍କ ନିଜସ୍ବ ପ୍ରଡ଼କ୍ଟ ପ୍ରଦର୍ଶିତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲୋକମାନେ ସନ୍ଧ୍ୟାରେ ମନୋରଞ୍ଜନ କରି ପାରିବେ।ଉଦଘାଟନୀ ସନ୍ଧ୍ୟାରେ ଗୁରୁ ରନ୍ଧାୱା ନିଜ ଗୀତର ଜଲୱାରେ ଦର୍ଶକଙ୍କୁ ଝୁମେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons