୪ଟି ସ୍ଥାନରେ ଏନଆଇଏ ଚଢ଼ାଉ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ସମ୍ପର୍କିତ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଉତ୍ତର କାଶ୍ମୀର ଅନ୍ତର୍ଗତ ବାରାମୂଲାର ୪ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଅର୍ଦ୍ଧ-ସାମରିକ ବାହିନୀ ଏନଆଇଏ ଅଧିକାରୀମାନଙ୍କୁ ସହଯୋଗ କରିଥିଲେ । ଏହି ମାମଲାରେ ଏନଆଇଏ ପୂର୍ବରୁ କେତେ ଜଣ କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରିସାରିଛି । ଏନଆଇଏ ଅଭିଯୋଗ କରିଛି କି କାଶ୍ମୀରର କିଛି ରାଜନେତା, ବ୍ୟବସାୟୀ ଓ ବିଚ୍ଛିନ୍ନତାବାଦୀ ନେତା ପାକିସ୍ତାନରୁ ହାୱାଲା ଜରିଆରେ ଅର୍ଥ ନେଇ ରାଜ୍ୟରେ ବିଚ୍ଛିନ୍ନତାବାଦ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons