{ ଜେୟପୁରରୁ ଦେବଦତ ପାଣି } : ବୋରିଗୁମ୍ମା – ବିଜାପୁର ପଞ୍ଚାୟତ ଠାରେ ଆଜି ପରବର ଶୁଭ ଉଦଘାଟନ ହୋଇ ଯାଇଛି ପ୍ରଥମେ ବିଜାପୁର ଶିବ ମନ୍ଦିର ଠାରେ ପୂଜା ଅର୍ଚନା କରିବା ପରେ ବିରାଟ ପଟୁଆର ଓ ବାଜା ବାଜଣା ସହ ମଶାଲ ବଣ୍ଡାଗୁଡା ସ୍ଥିତ ଠାକୁରାଣୀ ମନ୍ଦିର ଠାରେ ପହଞ୍ଚିଥିଲା ଏହି ସମୟ ରେ କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତ୍ରା ପରବ ରେ ସାମିଲ ହୋଇ ଗ୍ରାମ ବାସିଙ୍କ ସହ ନାଚିଥିବା ଦେଖିବାକୁ ମିଳିଛି lଗାଁ ଗହଳିର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ‘ପରବ’ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଛନ୍ତି ସ୍ଥାନୀୟ ଲୋକ ଓ କଳାକାର।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ନୀଳାବତି ଯାନୀ ନାୟକ ସରପଞ୍ଚ ମହୁଲି ମୁଦୁଲି. ସମିତି ସଭ୍ୟ ଭାଗିରଥି ମୁଦୁଲି. ୱାର୍ଡ ମେମ୍ବର ବଲରାମ ଗୌଡ଼. ରାମ ଯାନୀ. ଅଲେଖ କୁମାର ନାୟକ. ସାବିତ୍ରୀ କାକୁଡି. ଶଶିକାନ୍ତ ପାତ୍ର. ଧନୁଯୟ ପେଣ୍ଠିଆ. କୃଷ୍ଣ ଯାନୀ. ଜନ୍ଦ୍ର ଯାନୀ. ରମେଶ ଗୋଲାରି ବାଲିଭଦ୍ର ଗୌଡ଼. ସଦନ କୁମାର. କ୍ଷେତ୍ର ମୁଦୁଲି ଏବଂ ସମସ୍ତ ଅଙ୍ଗନ ବାଡ଼ି କର୍ମୀ ଆଶା କର୍ମି ,ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.