କୁଷ୍ଠ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ୧୮ ରୁ ୩୦ ନଭେମ୍ବର ୨୦୨୪ ମଧ୍ୟରେ ହେବାକୁ ଯାଉଥିବା କୁଷ୍ଠ ଚିହ୍ନଟ ଅଭିଯାନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସଭା ଗୃହରେ ଆୟୋଜିତ ଏହି ବୈଠକରେ ଅଭିଯାନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ସୂଚନାନୁସାରେ, ଗତ ୨୦୨୩-୨୪ ବର୍ଷରେ ୬୬୯ ଜଣ ନୂତନ କେଶ୍ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ୨୦୨୪-୨୫ ବର୍ଷ ପାଇଁ ସେପ୍ଟେମ୍ବର ମାସ ସୁଦ୍ଧା ୧୯୮ ଟି କେଶ୍ ଚିହ୍ନ୍‌ଟ ହୋଇଛି। କୁଷ୍ଠ କେଶ୍ ଚିହ୍ନଟ ଅଭିଯାନରେ ୨୦୨୪-୨୫ ପାଇଁ ଜାତୀୟ ନୀତି ଯୋଜନା ଅନୁଯାୟୀ ଓଡ଼ିଶା ରାଜ୍ୟର ସ୍ଥାନିୟ ଅଞ୍ଚଳ ମଧ୍ୟରେ ପରିବୃଷ୍ଟ ପ୍ରବଣ ୧୭୬ ବ୍ଲକ୍ ମଧ୍ୟରୁ ମୟୂରଭଞ୍ଜର ୨୨ଟି ବ୍ଲକ୍ ଗୁଡିକୁ ଏହି ଅଭିଯାନରେ ସାମିଲ କରାଯାଇଛି।ଏହି ଅଭିଯାନରେ ସର୍ଭେ ଦ୍ୱାରା ଚିହ୍ନଟ କେଶ୍ ର ୧୦୦% ମେଡ଼ିକାଲ ଅଫିସରଙ୍କ ଦ୍ୱାରା ୩ ଦିନ ମଧ୍ୟରେ ପରୀକ୍ଷା କରାଯିବ। ୫ ଡିସେମ୍ବର ୨୦୨୪ ସୁଦ୍ଧା ପରୀକ୍ଷା ଶେଷ ହେବ ଏବଂ ୧୩ ଡିସେମ୍ବର ୨୦୨୪ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ। ୨୨ଟି ବ୍ଲକ୍‌ର ୩୧୭୦ ଗାଁର ୨୨,୪୭,୦୭୮ଲୋକ ସଂଖ୍ୟାକୁ ନେଇ ୬୦ ଟି ପି.ଏଚ୍‌.ସି ସବ୍‌ସେଣ୍ଟର ଅନ୍ତର୍ଗତ ଅଞ୍ଚଳରେ ୮୨ ଜଣ ମେଡ଼ିକାଲ ଅଧିକାରୀ, ୨୭୪୩ ଜଣ ଆଶା, ୪୯୧ ଜଣ ହେଲଥ୍ ୱାର୍କର, ସମେତ ହେଲଥ୍ ସୁପର ଭାଇଜର ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ଜରିଆରେ ଏହି ଅଭିଯାନରେ କୃଷ୍ଠ ଚିହ୍ନଟ କାର୍ଯ୍ୟକ୍ରମ ସମ୍ପାଦନ କରାଯିବ।ଏଥିପାଇଁ ବ୍ଲକ୍ ଓ ଜିଲ୍ଲା ସ୍ତରରେ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ନେଇ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ସର୍ଭେରେ ସଂପୃକ୍ତ ହେବାକୁ ଥିବା ସମସ୍ତ କର୍ମଚାରୀ, ଅଧିକାରୀମାନଙ୍କ ଭୂମିକା ଓ କର୍ତ୍ତବ୍ୟ ସମ୍ବନ୍ଧରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରକାଶ ଥାଉକି କେନ୍ଦ୍ରୀୟ କୁଷ୍ଠ ଡିଭିଜନ୍ ଦ୍ୱାରା ପ୍ରଣୀତ ଜାତୀୟ ନୀତି ଯୋଜନା ୨୦୨୩-୨୭ ଅନୁଯାୟୀ ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଠନ ଆଭିମୁଖ୍ୟ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଡା. ଶାନ୍ତନୁ କୁମାର ଦାଶ ଓ ଡା. ମିତା ମିଶ୍ର ଅଭିଯାନ ପାଇଁ ପ୍ରସ୍ତୁତି ଓ କାର୍ଯ୍ୟକାରୀତା ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ। ଡି.ପି.ଏମ୍‌. ବିଶ୍ୱରଂଜନ ରାଉତଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons