କଂଗ୍ରେସ ନେତା ଜୟପାଲ ରେଡ୍ଡିଙ୍କ ଦେହାନ୍ତ

Get real time updates directly on you device, subscribe now.

ହାଇଦ୍ରାବାଦ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏସ ଜୟପାଲ ରେଡ୍ଡିଙ୍କର ରବିବାର ମଧ୍ୟରାତ୍ରିରେ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ରେଡ୍ଡି ଚାରି ଥର ବିଧାୟକ, ୫ ଥର ଲୋକସଭା ସାଂସଦ ଏବଂ ଦୁଇ ଥର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
୧୯୪୨ରେ ଜନ୍ମିତ ରେଡ୍ଡି ଆନ୍ଧ୍ରପ୍ରଦେଶ ଯୁବ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କର ରାଜନୈତିକ ଜୀବନରେ ବିରାଟ ପରିବର୍ତ୍ତନ ଆସିଥିଲା । ୭୦ ଦଶକରେ ସେ ରାଜ୍ୟ ବିଧାନସଭାକୁ ଚାରି ଥର ନିର୍ବାଚିତ ହୋଇଥିଲେ ଏବଂ ବିଭିନ୍ନ ସରକାରରେ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୭୯ରେ ସେ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ୨୦ ବର୍ଷ ପରେ ଅର୍ଥାତ ୧୯୯୯ରେ ସେ ପୁଣି ଥରେ କଂଗ୍ରେସକୁ ଫେରିଥିଲେ । ସେ ୧୯୮୪, ୧୯୯୮, ୧୯୯୯, ୨୦୦୪ ଏବଂ ୨୦୦୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
୧୯୯୮ରେ କେନ୍ଦ୍ରରେ ଆଇ କେ ଗୁଜରାଲଙ୍କ ସରକାର ଥିବା ସମୟରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ସେଇ ବର୍ଷ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନିତ କରାଯାଇଥିଲା । ୨୦୦୪ରେ ଉପା ସରକାର ଅମଳରେ ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ବହନ କରିଥିଲେ । ୨୦୦୯ରେ ମଧ୍ୟ ସେ ୧୫ତମ ଲୋକସଭାକୁ ନିର୍ବାଚିତ ହେବା ପରେ କେନ୍ଦ୍ର ସହରାଞ୍ଚଳ ବିକାଶ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୧୨ରୁ ୨୦୧୪ ଯାଏଁ ତାଙ୍କୁ କେନ୍ଦ୍ରରେ ଭୂବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons