ଗଣତନ୍ତ୍ର ଦିବସ ପ୍ୟାରେଡ ଶିବିର -୨୦୨୫ ପାଇଁ ରାଜ୍ୟ ସ୍ତରରେ ମନୋନୀତ ହୋଇ ଭାରତର ପୂର୍ବ ମଣ୍ଡଳ ଶିବିରରେ ଯୋଗ ଦେବାର ଗୌରବ ଅର୍ଜନ କରିଛନ୍ତି ସ୍ବେଚ୍ଛାସେବୀ ରୁପାଲୀ ପଣ୍ଡା
{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : କୁଚିଣ୍ଡା ମହାବିଦ୍ୟାଳୟ ର ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ରୀ ଜାତୀୟ ସେବା ଯୋଜନା ସ୍ବେଛାସେବୀ ରୁପାଲୀ ପଣ୍ଡା ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହେବା କୁ ଥିବା ଗଣତନ୍ତ୍ର ଦିବସ ପ୍ୟାରେଡ ଶିବିର -୨୦୨୫ ପାଇଁ ରାଜ୍ୟ ସ୍ତରରେ ମନୋନୀତ ହୋଇ ଭାରତର ପୂର୍ବ ମଣ୍ଡଳ ଶିବିରରେ ଯୋଗ ଦେବାର ଗୌରବ ଅର୍ଜନ କରିଛନ୍ତି । ଏହି ଶିବିର ନଭେମ୍ବର ୭ ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଗୌହ୍ୱାଟି ବିଶ୍ୱବିଦ୍ୟାଳୟ, ଆସାମ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଓଡିଶା ର ୫୨ ଜଣ ସ୍ବେଛାସେବୀଙ୍କ ମଧ୍ୟ ରେ ରୁପାଲୀ ମଧ୍ୟ ଟିମ ରେ ଥିଲେ। ତାଙ୍କର ଏହି ସଫଳତା ପାଇଁ ଗତ ୧୫ ତାରିଖ ଦିନ ବାଲିଯାତ୍ରା ମହୋତ୍ସବ, କୁଚିଣ୍ଡାରେ ମାନ୍ୟବର ମନ୍ତ୍ରୀ ରବିନରାୟଣ ନାୟକ, ପଂଚାୟତୀରାଜ, ଗ୍ରାମ ଉନ୍ନୟନ ଓ ପାନୀୟ ଜଳ ବିଭାଗ , ଓଡିଶା ସରକାରଙ୍କ ଠାରୁ ରୁପାଲିଙ୍କ ପିତା ମାତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି କୁଚିଣ୍ଡା ପହଂଚିବା ପରେ ମହାବିଦ୍ୟାଳୟ ରେ ଖୁସିର ଲହରୀ ଖେଳି ଯାଇଛି। ଅଧ୍ୟକ୍ଷା ସୁଚିତ୍ରା ମିଶ୍ର , ଏନ ଏସ ଏସ ପ୍ରୋଗ୍ରାମ ଅଫିସର ସୁଶ୍ରୀ ବେଲମତୀ କୁମୁରା, ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ସୁଭଦ୍ରା ଦାଶ, ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ମଞ୍ଜୁଶ୍ରୀ ଦାଶ ଙ୍କ ସମେତ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ରୁପାଲୀ ଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏନ ଏସ ଏସ ସ୍ବେଛାସେବୀଙ୍କ ଦ୍ୱାରା ରୁପାଲୀ ଙ୍କ ସ୍ୱାଗତ ହେଇଥିଲା ଏବଂ ସେ ତାଙ୍କର ଅନୁଭୂତି ବିଷୟରେ କହିଥିଲେ।
Comments are closed, but trackbacks and pingbacks are open.