{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୋୖର ପରିଷଦ ହେଉଛି ଓଡ଼ିଶାର ଦ୍ୱିତୀୟ ସର୍ବ ପୁରାତନ ପୋୖର ପରିଷଦ ଅଟେ।କିନ୍ତୁ ମୁଖ୍ୟ ବଜାର ଉନ୍ନତି କରଣ ହେବା ଦରକାର।ଏହି ବଜାରଟି ସହରର ସର୍ବ ପୁରାତନ ବଜାର। ମୁଖ୍ୟ ବଜାର ସମ୍ମୁଖରେ ପୂର୍ବରୁ ଏକ ଫାଟକ ଥିଲା।ବର୍ତ୍ତମାନ ତାହା ନଥିବାରୁ ବଜାର ଭିତରକୁ ଅବାଧରେ ଗୋରୁ ଗାଈ ଘୁଷୁରୀ ବୁଲା ଷଣ୍ଢ କୁକୁର ପ୍ରଭୃତି ଯିବା ଆସିବା କରୁଛନ୍ତି ।ଯାହା ଫଳରେ ପରିବେଶ ଅପରିଷ୍କାର ରହୁଛି।ବୁଲା ଗାଈ ଗୋରୁ ଷଣ୍ଢ ଯୋଗୁଁ ଖାଉଟି ଭୟଭୀତ ହେଉଛନ୍ତି ତେଣୁ ବଜାରକୁ ଯିବା ସମ୍ମୁଖରେ ଫାଟକ ରହିଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।ମୁଖ୍ୟ ବଜାର ଉନ୍ନତି କରଣ ହେଲେ ସହର ବାସୀ ଉପକୃତ ହୋଇପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।
Comments are closed, but trackbacks and pingbacks are open.