ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟକଲେଜ ପଡିଆ ଠାରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପନ ସମାରୋହରେ ମାନ୍ୟବର ରାଜ୍ୟସଭା ସାଂସଦ, ଶ୍ରୀମତୀ ମମତା ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଲୋକସଭା ସାଂସଦ, ନଵଚରଣ ମାଝୀ, ମାନ୍ୟବର ବିଧାୟକ ଉଦଳା, ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ରାଇରଙ୍ଗପୁର, ଶ୍ରୀ ଜଳେଣ ନାଏକ, ମାନ୍ୟବର ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ, ବିଶିଷ୍ଟ ସମାଜସେବୀ, ସୁଖଦା ମୁର୍ମୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡଃ କଳ୍ପତରୁ ସ୍ୱାଇଁ, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସିନଥିଲେ।ଏହି ଅବସରରେ ଗୋ-ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟରେ, ଅତିଥି ମାନଙ୍କ ଦ୍ୱାରା ଗୋ ପୂଜନ ଅନୁଷ୍ଠିତ ହୋଇଥିଲା । ମଂଚାସୀନ ଅତିଥି ମାନେ ଚାଷୀ ଭାଇ ଭଉଣୀମାନଙ୍କୁ ପଶୁପାଳନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ପ୍ରାଣୀଧନରେ ଦେଶର ମନ ବୃଦ୍ଧି କରିବା ପାଇଁ ଉପଦେଶ ଦେଇଥିଲେ ଓ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ସହିତ ଗୋ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ଜନସାଧାରଣ ନିକଟରେ କିପରି ପହଞ୍ଚି ପାରିବ ସେଥିନିମନ୍ତେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ସଚେତନତା କରାଯାଉଅଛି। ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ନୁତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ଓ ପଶୁପାଳନ କଲେ ଅଧିକ ଲାଭବାନ ହୋଇପାରିବ ବୋଲି ସମସ୍ତ ଅତିଥି ଗଣ କହିଥିଲେ।ଜିଲ୍ଲାରେ ଭଲ କାର୍ଯ୍ୟ କରି ସଫଳତା ହାସଲ କରିଥିବା ମତ୍ସ୍ୟ ଓ ପ୍ରାଣୀ ପାଳକ ହିତାଧିକାରୀ ମାନେ ଯଥା ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଗୋବର୍ଦ୍ଧନଶୋଲ, ମା ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ, ବେତନଟୀ, ବଜରଂଗୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଜେତାଳର ମେଘରାୟ ସୋରେନଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି। ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କଳ୍ପତରୁ ସ୍ୱାଇଁ ,ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ମାନସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଦରେ ଆଲୋଚନା କରଯାଇଥିଲା। ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗି ପରାମର୍ଶ ପ୍ରଦାନ କରିଥିଲେ।ଚାଷୀ ଭାଇ ଭଉଣୀ ମାନଙ୍କୁ ଉତ୍ସିତ କରିବା ପାଇଁ ପାଲ୍ଲା ନାଟକ ମାଧ୍ୟମରେ ହିତାଧିକାରୀଙ୍କୁ ସଚେତନତା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ,ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ, ବିଭନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ଜନ ପ୍ରତିନିଧି ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ମେଳାରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons