ଲକ୍ଷେ୍ନø: ୟୁପିର ରାୟବରେଲିରେ ରବିବାର ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଉନ୍ନାଓ ବଳାକ୍ରାର ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି । ପୀଡ଼ିତାଙ୍କ ବଡ଼ ଭଉଣୀ, ମାଆ ଓ ଓକିଲ ମଧ୍ୟ ଏଥିରେ ଆହତ ହୋଇଛନ୍ତି । କିନ୍ତୁ ତାଙ୍କ ଖୁଡ଼ୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।
ରିପୋର୍ଟ ଅନୁଯାୟୀ, ଉନ୍ନାଓ ବଳାକ୍ରାର ପୀଡ଼ିତାଙ୍କ ଦାଦା ଏବେ ଏକ ମାମଲାରେ ଗିରଫ ହୋଇ ଜେଲରେ ଥିବାବେଳେ ତାଙ୍କୁ ଦେଖା କରିବାକୁ ସେ ତାଙ୍କ ମାଆ, ବଡ଼ ଭଉଣୀ, ଖୁଡ଼ୀ ଏବଂ ଓକିଲଙ୍କ ସହ ଏକ କାର୍ରେ ଯାଉଥିଲେ । ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କ କାର୍କୁ ଧକ୍କା ଦେଇଥିଲା । ରାୟବରେଲିର ଅତରୁଆ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ କାର୍ରେ ଥିବା ବ୍ୟକ୍ତିମାନେ ଆହତ ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ସେଠାରେ ପହଞ୍ôଚଥିଲା ଏବଂ ସେମାନଙ୍କୁ ହସ୍ପିଟାଲ ପଠାଇଥିଲେ । କିନ୍ତୁ ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ସେ ପୀଡ଼ିତାଙ୍କର ଖୁଡୀ ବୋଲି ଜଣାପଡିଛି । ଗୁରୁତର ଆହତ ହୋଇଥିବା ପୀଡ଼ିତା ଯୁବତୀଙ୍କୁ ଲକ୍ଷେ୍ନø ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପଛରେ ଅଭିଯୁକ୍ତ ବିଧାୟକଙ୍କ ସମର୍ଥକଙ୍କ ହାତ ରହିଛି ବୋଲି ପୀଡିତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଏହି ଯୁବତୀ ଜଣକ ରାଜ୍ୟର ଜଣେ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ବିରୋଧରେ ବଳାକ୍ରାର କରିଥିବାର ଅଭିଯୋଗ ଆଣିଥିଲେ । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜର ଜଣେ ସମ୍ପର୍କୀୟଙ୍କ ସହ ଚାକିରି ଆଶାରେ ବିଧାୟକଙ୍କ ବାସଭବନକୁ ଯାଇଥିଲାବେଳେ ସେ ତାଙ୍କର ବଳାକ୍ରାର କରିଥିଲେ । ୨୦୧୭ ଜୁନ୍ ୪ରେ ଏହି ଘଟଣା ଘଟିଥିଲା । ବିଧାୟକଙ୍କ ବିରୋଧରେ ପୀଡ଼ିତାଙ୍କ ଅଭିଯୋଗ ସତ୍ତେ୍ୱ ରାଜନୈତିକ ଚାପ ଯୋଗୁ ପୁଲିସ ପ୍ରଥମେ ଏନେଇ କୌଣସି ମାମଲା ଦାୟର କରିନଥିଲା ଏବଂ ଓଲଟା ଏହାକୁ ଦବାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ପରେ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯିବା ପରେ ଉକ୍ତ ବିଧାୟକଙ୍କ ବିରୋଧରେ ଆଇପିସିର ଧାରା ୩୬୩, ୩୬୬, ୩୭୬ ଓ ୫୦୬ ଅନୁଯାୟୀ ଏକ ମାମଲା ଦାୟର କରାଯାଇଥିଲା । ରାଜ୍ୟ ସରକାର କିନ୍ତୁ ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ଗତ ବର୍ଷ ଏପ୍ରିଲରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତାଙ୍କୁ ଗିରଫ କରିଥିଲା ।
Comments are closed, but trackbacks and pingbacks are open.