କୁଚିଣ୍ଡାରେ ମେରୁ ମହୋତ୍ସବ ଉଦଯାପିତ

Get real time updates directly on you device, subscribe now.

{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : କୁଚିଣ୍ଡା ରେ ମେରୁ ମହୋତ୍ସବ ୨୦୨୪ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବର ଶେଷ ସନ୍ଧ୍ୟାରେ ମାନ୍ୟବର କେବିନେଟ୍ ମନ୍ତ୍ରୀ ରବି ନାରାୟଣ ନାୟକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମେରୁ ମହୋତ୍ସବ କୁ ଆହୁରି ବଡ ଆକାରରେ ଆୟୋଜନ କରିବା ପାଇଁ ଚେଷ୍ଟା କରିବେ ତଥା ନିଜର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ କାମ କରିବାକୁ କହିଥିଲେ l କୁଚିଣ୍ଡା ମାଟି ରେ ଅନେକ କଳାକାର ଭବିଷ୍ୟତରେ କୁଚିଣ୍ଡା ର କଳା ସଂସ୍କୃତି କୁ ବିଶ୍ଵ ସ୍ତରରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି କହିଥିଲେ l ବିଶିଷ୍ଟ ନୃତ୍ୟଶିଳ୍ପୀ ରିଙ୍କୁ ସାହୁ ଓ ଅଭୟ ଆର୍ଟ ଏକାଡେମୀ ର ନିର୍ଦେଶିକା ପଙ୍କଜିନି ସାହୁ କୁଚିଣ୍ଡା ବାସୀଙ୍କ ଏହି ଭଲ ପାଇବା କୁ କେବେହେଲେ ଭୁଲି ପାରିବେ ନାହିଁ ବୋଲି କହିଥିଲେ l କଳା ସଂସ୍କୃତି ର ଉନ୍ନତି ହେଲେ ହିଁ କୌଣସି ଅଞ୍ଚଳର ଉନ୍ନତି ହେଇଥାଏ ବୋଲି କହିଥିଲେ l ଲୋକକଳାର ଉନ୍ନତି ଏକ ଗଛ ର ଚେର ଯେଉଁ ଭଳି ଗଛ କୁ ଜୀବନ୍ତ କରିଥାଏ ଠିକ୍ ସେହିଭଳି ଉକ୍ତ ଅଞ୍ଚଳକୁ କଳା ସଂସ୍କୃତି ଜୀବନ୍ତ କରିଥାଏ l କଳା ସଂସ୍କୃତି ପ୍ରତି ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଲାଣି କଳା ଓ ସଂସ୍କୃତିର ପୁନଃରୁଦ୍ଧାର କରା ନଗଲେ ଲୋପ ପାଇଯିବ ବୋଲି କହିଥିଲେ l ଶେଷରେ ଦୁଃଖନlସନ୍ ବେହେରା, ନିରଞ୍ଜନ ରାଉତ, ଶାନୁ ମଲକର, ରଜତ ପାଣିଗ୍ରାହୀ , ରଙ୍ଗବତୀ ଗୀତ ଗାୟକ ଜିତେନ୍ଦ୍ର ହରିପାଲ ପ୍ରମୁଖ ଙ୍କୁ ଉପଢୌକନ ଓ ରୌପ୍ୟ ସ୍ମୃତି ଚିହ୍ନ ଦେଇ ସମ୍ମାନିତ କରାଯାଇଥିଲା l

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons