{ ଜମନକିରା ରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } ଜମନକିରା ସଦର ମହକୁମା ଅର୍ଜୁନପାଲି ମାଁ ମହାମାୟୀ ଫୁଟବଲ କ୍ଲବ ପକ୍ଷରୁ ଦ୍ବି ଦିବଶୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମାଁ ମହାମାୟୀ ଫୁଟବଲ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ରେ ସର୍ବ ମୋଟ ୧୬ ଗୋଟି ଦଳ ଭାଗ ନେଇ ଥିବା ବେଳେ ଏହି ପ୍ରତିଯୋଗିତା ୨୬ ତାରିଖ ଓ ୨୭ ତାରିଖରେ ଜମନକିରା ପଞ୍ଚାୟତ ହାଇ ସ୍କୁଲ ପଡିଆରେ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ୮ଗୋଟି ଦଳ ଓ ଦ୍ଵିତୀୟ ଦିନରେ ଅନ୍ୟ ୮ ଗୋଟି ଦଳ ଭାଗ ନେବେ। ଓ ବିଜେତା ଦଳକୁ କ୍ଲବ ପକ୍ଷରୁ ଟ୍ରଫି ସହ ୨୫ ହଜ଼ାର ଟଙ୍କା ଓ ରନର ଅପ ଦଳକୁ ଟ୍ରଫି ସହିତ ୨୦ ହଜ଼ାର ଟଙ୍କା ପ୍ରଦାନ କରାଯିବ। ଏହି ଖେଳ ପ୍ରତିଯୋଗିତା ର ପ୍ରଥମ ଦିନରେ ଭାଗ ନେଇଥିବା ଦଳ ମଧ୍ୟରୁ ଡାକଡେରା ଜୁନିଅର ଏଫ.ସି ଦଳ କୁଚିଣ୍ଡା ଇ.ଏମ.ଅର.ଏସ ଦଳକୁ ହରାଇ ସେମି ଫାଇନାଲ ରେ ଉତ୍ତୀର୍ଣ ହୋଇଛି। ଦ୍ଵିତୀୟ ଦିନରେ ସେହିପରି ଖେଳ ହୋଇ ସେମି ଫାଇନାଲ ରେ ଉତ୍ତୀର୍ଣ ହୋଇଥିବା ଦଳ ସହିତ ପ୍ରତିଯୋଗିତା ହେବ ଓ ବିଜଇ ଦଳ ଘୋଷିତ ହେବ।
Comments are closed, but trackbacks and pingbacks are open.