{ ତିର୍ତ୍ତୋଲରୁ ପ୍ରସନ୍ନଜିତ୍ ଦାସଙ୍କ ରିପୋର୍ଟ } ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା’ ଜାଗୁଳାଇ କ୍ରିକେଟ ପଡ଼ିଆରେ ଚଳିତ ବର୍ଷର ପ୍ରଥମ ଟେନିସ ବଲ କ୍ରିକେଟ ଟୁଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଗରାମ ପଞ୍ଚାୟତ ର ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି,ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ, ସମାଜସେବୀ ପ୍ରଦ୍ୟୁମ୍ନ ରଥ, ବିଶ୍ଵଜିତ ବିଶ୍ଵାଳ ଓ ଶୁକାନ୍ତ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ପୁରସ୍କାର ବିବରଣ ଉତ୍ସବରେ ଅଲଗା ଗ୍ରାମ ର ମୁଖ୍ୟ ସୈମ୍ୟକାନ୍ତ ସ୍ବାଇଁ, ତ୍ରିଲୋଚନ ରାଉତ, ଚନ୍ଦନ ମଲ୍ଲିକସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଟୁଣ୍ଣାମେଣ୍ଟ ରେ ମୋଟ ୮ ଟିମ୍ ଭାଗ ନେଇଥିବା ବେଳେ ସେଥିରୁ ଡିହସାହି ଓ ବାରବାଟିଆ ଟିମ୍ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ଫାଇନାଲ ମ୍ୟାଚ ରେ ବାରବାଟିଆ କୁ ହରାଇ ଡିହସାହି ବିଜୟୀ ହୋଇଥିଲା। ଫାଇନାଲ ରେ ବିଜୟୀ ଟିମ କୁ ଅର୍ଥରାଶି ସହିତ ଟ୍ରଫି ଓ ପରାସ୍ଥ ଟିମ୍ ଅର୍ଥରାଶି ସହିତ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଅମ୍ପେୟାର ଭାବେ ନାରାୟଣ ପଲାଇ ଓ ବିଶ୍ଵଜିତ କୁଅଁର ଉପସ୍ଥିତ ଥିଲେ।ସମୀର କୁମାର ମହାନ୍ତି ଟୁର୍ଣ୍ଣାମେଣ୍ଟରେ ଧାରା ବିବରଣୀ ପ୍ରଦାନ କରିଥିଲେ।ଏହି କ୍ରିକେଟ ଟୁଣ୍ଣାମେଣ୍ଟ କୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହିତ ଟୁଣ୍ଣାମେଣ୍ଟ ଆୟୋଜିତ ନେଇ ଖୁସି ପ୍ରକାଶ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମା’ଜାଗୁଳାଇ କ୍ରିକେଟ୍ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।
Comments are closed, but trackbacks and pingbacks are open.