‘୨୦୨୪ ସୁଦ୍ଧା ତୃତୀୟ ବୃହତ୍ ଅର୍ଥନୀତି ହେବ ଭାରତ’

Get real time updates directly on you device, subscribe now.

ଲକ୍ଷେ୍ନø: ଆଗାମୀ ୫ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୪ ସୁଦ୍ଧା ଭାରତୀୟ ଅର୍ଥନୀତି ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ବୋଲି ରବିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି । ଲକ୍ଷେ୍ନøରେ ୬୫,୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଶାହ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଶାହ କହିଛନ୍ତି, ୫ ବର୍ଷ ପୂର୍ବେ ବିଶ୍ୱରେ ଭାରତୀୟ ଅର୍ଥନୀତି ୧୧ତମ ସ୍ଥାନରେ ରହିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିକୁ ପଞ୍ଚମ ସ୍ଥାନରେ ନେଇ ପହଞ୍ଚାଇଛନ୍ତି । ଆଗାମୀ ୫ ବର୍ଷରେ ଏହା ତୃତୀୟ ବୃହତ୍ ଅର୍ଥନୀତି ପାଲଟିବ । ଏଥିରେ ସନ୍ଦେହ ନାହିଁ । ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ଘଟୁଥିବା ବିକାଶକୁ ନଜରରେ ରଖି ଶାହ କହିଛନ୍ତି, ମୋଦିଙ୍କ ଭଳି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ରାଜ୍ୟର ଦ୍ରୁତ ବିକାଶ ଘଟାଇଛନ୍ତି । ଆଇନ ଶୃଙ୍ଖଳା ସ୍ଥିତିରେ ମଧ୍ୟ ଢେର ସୁଧାର ଆସିଛି । ଘରୋଇ ଅର୍ଥନୀତିରେ ଉତ୍ତର ପ୍ରଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି ବୋଲି ଶାହ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons