{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ରିପୋର୍ଟ } : ଶ୍ରାବଣ ମାସର ତୃତୀୟ ପାଳି ରବିବାର ଅବସରରେ ମଣିଜଙ୍ଗା ମହାନଦୀ ପଠାରେ ଭକ୍ତ ଜନମାନଙ୍କ ଭାରି ସାମଗମ ଦେଖାଯାଇଛି। ଅଞ୍ଚଳରେ ପୌରାଣିକ ଆସ୍ଥା ଅନୁଯାୟୀ, ଏହି ଦିନରେ ମହାନଦୀରେ ସ୍ନାନ କରି ବୋଲ ବମ୍ ର ଜୟ ଧ୍ୱନି ସହ ଶିବଙ୍କ ଦର୍ଶନ କରିବାକୁ ଭକ୍ତମାନେ ବହୁ ଦୂର ଦୂରାନ୍ତରୁ ଆସନ୍ତି।ଏହି ରବିବାର ଦିନ ବଲାଜଟିଆ ବୋଲ ବମ ସେବା ସଙ୍ଘ, ମଣିଜଙ୍ଗା ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ କଟକ -ପାରାଦ୍ୱୀପ ରୋଡ଼ କଡ଼ ମଣିଜଙ୍ଗା ଗାଁରେ ବୋଲ ବମ ଭକ୍ତ ମାନଙ୍କ ପାଇଁ ଖାଦ୍ୟ ପାନୀୟ ଵେବସ୍ଥା କରାଯାଇ ଥିଲ ।ଏହି ସେବା କାଯ୍ୟ କର୍ମରେ ମଣିଜଙ୍ଗା ଗ୍ରାମ ର ଯୁବକ ସଞ୍ଜୟ କୁମାର ସାହୁ,ନିହାର ବାବା,ଅମିଦିପୁଲ ଦାସ,ସୁବାଶିଷ ସାହୁ,ପ୍ରସନ୍ନଜିତ ଦାସ,ସନାତନ ଦାସ,ମାନସ ରଂଜନ ଦାସ,ଅରକ୍ଷିତ ସାହୁ,ସୌମିତ୍ର ସାହୁ,ଅଭୟ ମନ୍ତ୍ରୀ,ରାଜେନ୍ଦ୍ର ସାହୁ,ସ୍ୱାଧୀନ ସାହୁ ପ୍ରମୁଖ ଯୁବକ ମାନେ ବୋଲ ବମ ଭକ୍ତ ମାନଙ୍କ ସେବା କରିଥିଲେ।
Comments are closed, but trackbacks and pingbacks are open.