ନୂଆଦିଲ୍ଲୀ: ଇଣ୍ଡୋନେସିଆର ଲାବୁଆନ୍ ବାଜୋରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ୍ସ କପ୍ରେ ଚମକିଛନ୍ତି ଭାରତର ପ୍ରସିଦ୍ଧ ବକ୍ସର ଏମ୍ସି ମେରୀକମ୍ । ସେ ୫୧ କିଲୋ ବର୍ଗ ଫାଇନାଲ୍ରେ ଅଷ୍ଟ୍ରେଲିଆର ଆପ୍ରିଲ ଫ୍ରାଙ୍କ୍ସଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୬ଥର ବିଶ୍ୱ ଚାମ୍ପିଅନ୍ ମେରୀକମ୍ ଏହି ବାଉଟ୍ରେ ୫-୦ ପଏଣ୍ଟରେ ବିଜୟୀ ହୋଇଥିଲେ । ପୂର୍ବରୁ ସେ ସେମି ଫାଇନାଲ୍ରେ ଭିଏତନାମର ଆନ୍ ଭୋ ଥି କିମ୍ଙ୍କୁ ୩-୨ରେ ପରାସ୍ତ କରିଥିଲେ ।
ମେରୀକମ୍ ଫାଇନାଲ୍ରେ ଦମ୍ଦାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମରୁ ପ୍ରତିପକ୍ଷ ଆପ୍ରିଲଙ୍କୁ ଆକ୍ରମଣ କରଥିଲେ । ଏକତରଫା ଭାବେ ସେ ବିଜୟ ଲାଭ କରିବା ସହ ସ୍ୱର୍ଣ୍ଣ ପଦକ ସ୍ୱାଦ ଚାଖିଥିଲେ । ଏଥିସହ ନିଜ ଦବ୍ଦବା ବଜାୟ ରଖିଥିଲେ । ଗତ ମେ’ ମାସରେ ମେରୀକମ୍ ଇଣ୍ଡିଆନ୍ ଓପନ ବକ୍ସିଂ ସ୍ୱର୍ଣ୍ଣ ପଦକ ଜିତିଥିଲେ । ହେଲେ ଏସିଆନ୍ ଚାମ୍ପିଅନ୍ସିପ୍ରୁ (ଥାଇଲାଣ୍ଡ) ଓହରି ଯାଇଥିଲେ । ତେବେ ପ୍ରେସିଡେଣ୍ଟସ କପ୍ ବକ୍ସିଂ ସ୍ୱର୍ଣ୍ଣ ଜିତି ମେରୀକମ୍ ଆଗାମୀ ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି କରିଛନ୍ତି । ଆଗାମୀ ସେପ୍ଟେମ୍ବର ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ରୁଷିୟାରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ ।
Comments are closed, but trackbacks and pingbacks are open.