{ ଟିଟିଲାଗଡରୁ କୁମାର ଗୌରବ ରଥଙ୍କ ସହ ବଲାଙ୍ଗୀରରୁ ଅଂଜୁୁ ପୃଷ୍ଟିଙ୍କ ରିପୋର୍ଟ } : ବଲାଙ୍ଗିର ଜିଲ୍ଲା ଟିଟଲାଗଡ ରେଲୱେ ଓଭର ବ୍ରିଜରେ ଆଜି ସକାଳୁ ଝାଲମୁଡ଼ି ବ୍ୟବସାୟୀ ଜଣକ ହେଲେ ଟିଟି ଡୁଙ୍ଗୁରି ର ଆଜାଦ ମେହେର ଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଲୋକେ ପ୍ରାତଃ ଭ୍ରମଣ କରିବା ପାଇଁ ଯାଉଥିବା ବେଳେ ଟିଟିଲାଗଡ ସହର ମଧ୍ୟରେ ଥିବା ରେଲୱେ ଓଭର ବ୍ରିଜ ଉପରେ ଏକ ବ୍ୟକ୍ତିର ମୃତଦେହ ଝୁଲୁ ଥିବା ଲୋକେ ଦେଖିଥିଲେ। ତେବେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ମୃତ ବ୍ୟକ୍ତିର ପାଦ ତଳେ ଲାଗିଥିବା ବେଳେ ଏହା ହତ୍ୟା କରି କେହି ରସି ଲଗାଇ ଝୁଲାଇ ଦେଇଛନ୍ତି ନା ଆତ୍ମହତ୍ୟା କରିଛି। ସେନେଇ ପୋଲିସ ସ୍ପଷ୍ଟ କରିବା ପାଇଁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ଆରମ୍ଭ କରିଛି ମୃତୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହି। ତେବେ ମୃତ ବ୍ୟକ୍ତି ଜଣଙ୍କ ଦୀର୍ଘଦିନ ହେବ ଟିଟିଲାଗଡ ସହର ମଧ୍ୟରେ ଝାଲମୁଡ଼ି ବିକ୍ରି କରୁଥିଲେ। ମୃତ୍ୟୁକୁ ନେଇ ଟିଟଲାଗଡ ସହରରେ କେହି ହତ୍ୟା କରିଥିବା ନେଇ ଆଲୋଚନ ହେଉଥିବା ବେଳେ ସବ ବେବଛେଦ ପରେ ପୁରା ଘଟଣା ସାମ୍ନା କୁ ଆସିବ ବୋଲି ଅନୁମାନ କରାଯାଉଛି
Comments are closed, but trackbacks and pingbacks are open.