ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ୍ ଅଭିନେତ୍ରୀ ଉର୍ବଷି ରୌତେଲାଙ୍କ ପ୍ରେମ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ସୋସିଆଲ୍ ମିଡିଆରେ ପାଣ୍ଡ୍ୟା ଓ ଉର୍ବଷି ନାମକ ୨ଟି ନକଲି ଆକାଉଣ୍ଟରେ ଏକ ଭିଡିଓ ଭାଇରାଲ ହୋଇଯାଇଛି । ଏଥିରେ ଉର୍ବଷି ବିଶ୍ୱକପ୍ ମ୍ୟାଚ୍ ପାସ୍ ମାଗିଥିବାବେଳେ ତାଙ୍କ ପୂର୍ବତନ ପ୍ରେମିକ ପାଣ୍ଡ୍ୟା କୌଣସି ଉତ୍ତର ଦେଉନଥିବା ଦେଖିବାକୁ ମିଳିଛି । ଭିଡିଓଟି ଭାଇରାଲ ହେବା ପରେ ଉର୍ବଷି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଏହି ଭିଡିଓର ସ୍କ୍ରିନ୍ ସଟ୍କୁ ନିଜ ଟ୍ୱିଟରରେ ଛାଡ଼ି କହିଛନ୍ତି, ଏହା ଏକ ନକଲି ଭିଡିଓ । ଯେଉଁମାନେ ଏଭଳି କରିଛନ୍ତି, ସେମାନେ ଭିଡିଓକୁ ପ୍ରସାର କରନ୍ତୁ ନାହିଁ । ମୋର ଗୋଟିଏ ପରିବାର ଅଛି । ସେମାନଙ୍କୁ ମୋତେ ଜବାବ ଦେବାକୁ ପଡ଼ିବ । ଯାହାକି ମୋତେ ଅସୁବିଧାରେ ପକାଉଛି ।’ ସୂଚନାଯୋଗ୍ୟ, ୨୦୧୮ରେ ପାଣ୍ଡ୍ୟା-ଉର୍ବଷିଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେତେବେଳେ ଉଭୟ ଏହାକୁ ଖଣ୍ଡନ କରିଥିଲେ । ଅନ୍ୟପକ୍ଷରେ ପାଣ୍ଡ୍ୟାଙ୍କ ସହ ପୂର୍ବରୁ ଅନେକ ବଲିଉଡ୍ ଅଭିନେତ୍ରୀଙ୍କ ନାମ ଯୋଡ଼ି ହୋଇଯାଇଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରେ ଅଭିନେତ୍ରୀ ଏଲି ଅବରାମ ଓ ଇଶା ଗୁପ୍ତା ପ୍ରମୁଖ ସାମିଲ ଅଛନ୍ତି ।
Comments are closed, but trackbacks and pingbacks are open.