ନୂଆଦିଲ୍ଲୀ: ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ଼) ସର୍ଫରାଜ ଅହମ୍ମଦଙ୍କୁ ପାକିସ୍ତାନ ଟେଷ୍ଟ ଦଳ ଅଧିନାୟକ ପଦରୁ ବାଦ୍ ଦେବା ନେଇ ଯୋଜନା କରୁଥିବା ଜଣାପଡ଼ିଛି । ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁଯାୟୀ, ପିସିବି ସର୍ଫରାଜଙ୍କଠୁ ଟେଷ୍ଟ ନେତୃତ୍ୱ ଛଡ଼ାଇ ନେବାକୁ ସ୍ଥିର କରିସାରିଛି । ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ପୂର୍ବରୁ ନୂଆ ଅଧିନାୟକ ନିଯୁକ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଶୁକ୍ରବାର ଲାହୋରରେ ପିସିବି କମିଟି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସର୍ଫରାଜଙ୍କ ସ୍ଥାନରେ ଶାନ ମାସୁଦଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯିବା ସମ୍ଭାବନା ରହିଛି ।’
ସର୍ଫରାଜଙ୍କ ଅଧିନରେ ପାକିସ୍ତାନ ଦଳ ମୋଟ ୧୩ଟି ଟେଷ୍ଟ ମ୍ୟାଚ୍ ଖେଳିଛି । ସେଥିମଧ୍ୟରେ ଦଳ ମାତ୍ର ୪ଟିରେ ବିଜୟୀ ହୋଇଥିବାବେଳେ ୮ଟିରେ ପରାଜିତ ହୋଇଛି । ସେହିପରି ଅନ୍ୟଏକ ମ୍ୟାଚ୍ ବିନାଫଳରେ ଶେଷ ହୋଇଥିଲା । ପାକିସ୍ତାନ ଏବେ ଆଇସିସି ଟେଷ୍ଟ ମାନ୍ୟତାରେ ୭ମ ସ୍ଥାନରେ ରହିଛି । ସୂଚନାଯୋଗ୍ୟ, ନିକଟରେ ସର୍ଫରାଜ ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ ଚାହୁଁନଥିବା ନେଇ ସ୍ପଷ୍ଟ କରିଥିଲେ । ସେ କହିଥିଲେ, ପିସିବି ମୋତେ ଅଧିନାୟକ ପଦରେ ନିଯୁକ୍ତ କରିଥିଲା । ଠିକ୍ ସେହିପରି ପିସିବି ଚାହିଁଲେ ମୁଁ ପଦ ଛାଡ଼ିବି । ମୋତେ ନେତୃତ୍ୱ ଦାୟିତ୍ୱ ଦିଆଗଲେ ମୁଁ ପୂର୍ବଭଳି ତୁଲାଇବି ।’
Comments are closed, but trackbacks and pingbacks are open.