{ କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ଟ୍ରକର ସିକରେଟ ଚାମ୍ବର ରେ ହେଉଥିଲା ଗଂଜେଇ ଚୋରା ଚାଲାଣ। ମାଡି ବସିଲା ପାଡୁଆ ପୋଲିସ୍ । ୮୧୦ କେଜି ଗଂଜେଇ ସହ ଟ୍ରକ ଡ୍ରାଇଭର ଗିରଫ ଅନ୍ୟ ଜଣେ ଅଟକ। ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ଅସି ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛି ପୁଲିସ୍। ଆନ୍ଧ୍ରପ୍ରଦେଶ ର ମୁସିମପୁଟ ଗାଁ ରୁ ହାଇଦ୍ରାବାଦ କୁ ଚୋରା ଚାଲାଣ ହେଉଥିବା ବେଳେ ପାଡୁଆ ପୁଲିସ ସୋଭାପୁଟ ନିକଟ ରେ ଟ୍ରକ ଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ କରିବା ସମୟରେ ଗାଡ଼ି ର ସିକରେଟ ଚାମ୍ବର ରେ ୪୦୫ ଟି ବସ୍ତା ଜବତ କଲା ପୁଲିସ୍। ପ୍ରତି ବସ୍ତା ରେ ଦୁଇ କେଜି ହିସାବ ରେ ୪୦୫ ଟି ବସ୍ତାରେ ୮୧୦ କେଜି ଅର୍ଥାତ୍ ଆଠ କୁଏନିଟାଲ ଗଂଜେଇ ରହିଥିବା ପୁଲିସ ସୂଚନା ଦେଇଛି। ଗିରଫ ଡ୍ରାଇଭର ଜଣକ ଘର ମହାରାଷ୍ଟ୍ରରେ ବୋଲି ପାଡୁଆ ପୁଲିସ ସୂଚନା ଦେଇଛି।
Comments are closed, but trackbacks and pingbacks are open.