ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Get real time updates directly on you device, subscribe now.

{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପାରପୋଷି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ କଵିନ୍ଦ୍ର କୁମାର ସାହୁ ଏହି ଜନ ଶୁଣାଣି ଶିବିରରେ ଯୋଗ ଦେଇ ୬୩ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୪୫ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୧୮ ଟି ସାମୁହିକ ଅଭିଯୋଗ ଥିବା ଜଣାପଡିଛି । ରାସ୍ତା ନିର୍ମାଣ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ୦.୦୪ ଡିସିମିଲ ଘରବାରି ପଟ୍ଟା , ବି ଏସ ଏନ ଏଲ୍ ଏବଂ ଜିଓ ନେଟୱର୍କ ନିର୍ମାଣ ସମ୍ବନ୍ଧେ ସମାଧାନ କରିବା ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡ଼ିକ ଶୁଣିବା ପରେ ସେ ସବୁର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ , ଉପ ଜିଲ୍ଲାପାଳ ପରୀକ୍ଷିତ ସାହୁ , ଏ ସି ଏଫ୍ ସ୍ଵାଧୀନତା ସାହାଣୀ , ଡେପୁଟି କଲେକ୍ଟର ଅଞ୍ଜୁନୀ କୁଜୁର୍ , ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟ ଦର୍ଶିନୀ ମିର୍ଦ୍ଧା ଓ ତହସିଲଦାର କର୍ଣ୍ଣ ମଲ୍ଲିକ ଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons