{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ବହୁ ଆନନ୍ଦ ଓ ଉତ୍ସାହ ର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପରସ୍ପରକୁ ରକ୍ଷାସୂତ୍ରର ପ୍ରତୀକ ରାକ୍ଷୀ ବାନ୍ଧି ସମସ୍ତଙ୍କର ଶୁଭ ମନାସିଛନ୍ତି । କାର୍ଯ୍ୟ କ୍ରମର ଶେଷରେ ସ୍କାଉଟ୍ ,ଗାଇଡ୍ ତଥା ଛାତ୍ରଛାତ୍ରୀ ମାନେ ସହରରେ ଥିବା ସରକାରୀ କାର୍ଯ୍ୟାଳୟ, ବିଶିଷ୍ଟ ବ୍ୟକ୍ତି ,ଶୁଭେତ୍ସୁ,ବିଭିନ୍ନ ବସ୍ତି ଯଥା ସୁବାସ ନଗର, କଣ୍ଡରା ସାହି, ଶ୍ରୀ ଜଗନ୍ନାଥ ନିକେତନ ଅନାଥାଶ୍ରମ, ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣରେ କାର୍ଯ୍ୟରତ ଥିବା କାରିଗର ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ।ବିଦ୍ୟାଳୟର ମାତୃଭାରତୀର ମହିଳା ସଦସ୍ୟା ମାନେ ଉପକାରାଗାରର ସମସ୍ତ ଅନ୍ତେବାସୀ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ।ଏଇ କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ତତ୍ୱାବଧାନରେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ମୂରଲୀ ମୋହନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ସମସ୍ତ ଗୁରୁଜୀ ଗୁରୁମା ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହଯୋଗରେ ସଫଳ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।ଆଜିକାର ପବିତ୍ର ଦିବସରେ ଛାତ୍ରଛାତ୍ରୀ ତଥା ଗୁରୁଜୀଗୁରୁମା ମାନେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବୃକ୍ଷକୁ ରାକ୍ଷୀ ବାନ୍ଧି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା ସମାଜକୁ ଦେଇଥିଲେ।


Comments are closed, but trackbacks and pingbacks are open.