{ ଦେବଗଡ଼ରୁ ଇନ୍ଦ୍ରଜିତ୍ ନାଏକଙ୍କ ରିପୋର୍ଟ } : ସାହାଜବାହାଲ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଦର୍ଶନ ପାଣି ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ ଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।ଶ୍ରୀଯୁକ୍ତ ପାଣି ଛାତ୍ରଛାତ୍ରୀମାନଙ୍କୁ ଖେଳର ଗୁରୁତ୍ୱ ବିଷୟରେ ଅବଗତ କରାଇବା ସହ ଖେଳ ଶାରୀରିକ ଓ ମାନସିକ ବିକାଶର ଏକ ମୁଖ୍ୟ ଅଂଶ ବୋଲି ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଫକୀର ସା, ଧ୍ୟାନଚାନ୍ଦଙ୍କ ଜୀବନୀ ଏବଂ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅବଦାନ ଉପରେ ହୃଦୟସ୍ପର୍ଶୀ ଅଭିଭାଷଣ ରଖିଥିଲେ। ଶାନ୍ତ ସବୁଜିମା ଭରା ମନୋରମ ପରିବେଶ ଓ ଶୈକ୍ଷିକ ବାତାବରଣ ମଧ୍ୟରେ କୋମଳମତି ଛାତ୍ରଛାତ୍ରୀମାନେ ଏହି ଗୌରବମୟ ଦିନଟିକୁ ମନଭରି ଉପଭୋଗ କରିଥିଲେ।ବାବୁଲୁ ସାହୁ, ସୁବ୍ରତ ନନ୍ଦ ଏବଂ ଅମ୍ରିତ୍ ଡୁଙ୍ଗଡୁଙ୍ଗଙ୍କ ତତ୍ତ୍ୱାବଧାନରେ ହକି, ଫୁଟବଲ୍, ଦୌଡ଼ ସହ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ନୂତନ ଜର୍ସି ଉନ୍ମୋଚନ କରାଯିବା ସହ ‘ଫିଟ୍ ଇଣ୍ଡିଆ’ (FIT India) ଶପଥ ପାଠ ମଧ୍ୟ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ସହକାରୀ ଶିକ୍ଷକ ବାବୁଲୁ ସାହୁ, ଅମ୍ରିତ ଡୁଙ୍ଗଡୁଙ୍ଗ, ଫର୍ଡନାନ କିରୋ, ସୁବ୍ରତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।


Comments are closed, but trackbacks and pingbacks are open.