{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲାର ୧୪–୧୭ ବର୍ଷ ବୟସ ବର୍ଗର ବାଳକ ଓ ବାଳିକାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ତାଏକୋଣ୍ଡ ଓ ମୁଷ୍ଟିଯୁଦ୍ଧ ଚୟନ ପ୍ରତିଯୋଗିତା ଶନିବାର ପାରଳାଖେମୁଣ୍ଡିସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଏସ୍. ଗିରିଧର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥ, ପାରଳା ମହାରାଜା ଓ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ତାଏକୋଣ୍ଡ ଓ ମୁଷ୍ଟିଯୁଦ୍ଧର ଚୟନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ ପରିଶ୍ରମ, ଶୃଙ୍ଖଳା ଓ ଅଧ୍ୟବସାୟ ମାଧ୍ୟମରେ ରାଜ୍ୟ ତଥା ଜାତୀୟସ୍ତରରେ ସଫଳତା ହାସଲ କରିବା ପାଇଁ ଆହ୍ୱାନ ଦେଇଥିଲେ।


Comments are closed, but trackbacks and pingbacks are open.