ମାଥିଲିରେ ଗ୍ରୋସରୀ ଦୋକାନରେ ଚଢ଼ାଉ ଓ ଯାଞ୍ଚ

Get real time updates directly on you device, subscribe now.

{ ମାଲକାନଗିରିରୁ ବାସୁଦେବ ଜେନାଙ୍କ ରିପୋର୍ଟ } : ମାଥିଲି ଅଞ୍ଚଳର ବିଭିନ୍ନ ଗ୍ରୋସରୀ ଦୋକାନରେ ଜିଲ୍ଲା ସ୍କ୍ୱାଡ୍ ପକ୍ଷରୁ ଅଚାନକ ଚଢ଼ାଉ ଓ ଯାଞ୍ଚ କରାଯାଇଥିଲା। CSO ଶ୍ରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ACSO ଶ୍ରୀ ଦେବେଧର ଦାରୁଆ, Inspector of Supplies ଶ୍ରୀ ରାଜେଶ ଶବର, Quality Analyst ଶ୍ରୀ ଦୀପ୍ତି ରଞ୍ଜନ ମଲ୍ଲିକ ଏବଂ RCMA/DEO ଶ୍ରୀ ସୁବ୍ରତ ଚକ୍ରବର୍ତ୍ତୀ ଯାଞ୍ଚରେ ସାମିଲ ହୋଇଥିଲେ।ଯାଞ୍ଚ ସମୟରେ ମୂଲ୍ୟ ତାଲିକା/ପ୍ରାଇସ୍ ବୋର୍ଡ, MRP, ଷ୍ଟକ୍ ଏବଂ ସାମଗ୍ରୀର ବିକ୍ରୟ ମୂଲ୍ୟ ଯାଞ୍ଚ କରାଯାଇଥିଲା। ଅନୁଚିତ ଭାବେ ଦର ବୃଦ୍ଧି କିମ୍ବା ଗ୍ରାହକଙ୍କଠାରୁ ଅଧିକ ମୂଲ୍ୟ ଆଦାୟ ନ କରିବାକୁ ଦୋକାନୀମାନଙ୍କୁ ସଚେତନ କରାଯାଇଥିଲା।ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷା ଓ ନ୍ୟାୟସଙ୍ଗତ ମୂଲ୍ୟରେ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଯାଞ୍ଚ କରାଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons