ଭଞ୍ଜନଗରରେ ପାଳିତ ହୋଇଛି ଜାତୀୟ ପ୍ରେସ୍ ଦିବସ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କ ରିପୋର୍ଟ } : କଲମର ଶକ୍ତି ହିଁ ସମାଜ ପରିବର୍ତ୍ତନର ଏକ ପ୍ରମୁଖ ମାଧ୍ୟମ। ଅନ୍ୟାୟ ବିରୋଧରେ ସ୍ବର ଉଠାଇବା ସହ ଗରିବ, ନିଷ୍ପେଷିତ ও ଉପେକ୍ଷିତଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ଏହି ମହତ୍ତ୍ବପୂର୍ଣ୍ଣ ଦିବସକୁ ନେଇ କବି ସମ୍ରାଟ ମିଡ଼ିଆ କ୍ଲବ ପକ୍ଷରୁ ସ୍ଥାନୀୟ ପ୍ରେସ୍ କ୍ଲବ କାର୍ଯ୍ୟାଳୟ ସମ୍ମୁଖରେ ପାଳିତ ହୋଇଛି ଜାତୀୟ ପ୍ରେସ୍ ଦିବସ କ୍ଲବ୍ ସଭାପତି ପ୍ରଦୀପ କୁମାର ସ୍ବାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସମାରୋହରେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ଉପଢୌକନ, ମାନପ‌ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବନ୍ଧିତ କରାଯାଇଥୁଲା ସାମ୍ବାଦିକଙ୍କ କଲମ ସମାଜ ସଂସ୍କାରର ଏକ ଶକ୍ତିଶାଳୀ ମାଧ୍ଯମ । ନିଭୀକ ଓ ନିରପେକ୍ଷ ସାମ୍ବାଦିକତା ହିଁ ଗଣତନ୍ତ୍ରିକୁ ସୁଦୃଢ଼ କରିଥାଏ ବୋଲି ଉପସ୍ଥିତ ଅତିଥ୍‌ମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ସମ୍ପାଦକ ଚିନ୍ମୟୀ ବେବର୍ଷା, କାର୍ଯ୍ୟକାରୀ ସଭାପତି ଦୁର୍ଗା ମାଧବ ଆଚାରୀ, ଉପସଭାପତି ସମୀର ମହାପାତ୍ର, ସୁନୀଲ କର, ମନୋଜ ପାତ୍ର, ସହସମ୍ପାଦକ ରଂଜିତ ଜେନା, ଗୋବିନ୍ଦ ଚନ୍ଦ୍ର ଗୌଡ଼, ଆଶିଷ ଗୌଡ଼, କୋଷାଧ୍ଯକ୍ଷ ସୁଶାନୁ ପଣ୍ଡାଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ।ଅନ୍ୟପଟେ ବାତ୍ୟା ଅର୍ଣ୍ଣବ ସମୟରେ ନିଜ ଜୀବନକୁ ବିପଦରେ ନ ପକାଇ ନିଷ୍ଠା ଓ ସାହସିକତାର ସହ ଲୋକଙ୍କୁ ସେବା ଯୋଗାଇଥିବା ପୋଲିସ କର୍ମଚାରୀ ସୁବ୍ରତ କୁମାର ଲେଙ୍କା, ସମୀର କୁମାର ସେଠୀ ଓ ଜ୍ୟୋତ୍ସ୍ନାମୟୀ ସାହୁଙ୍କୁ ଅର୍ଣ୍ଣବ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।କେବଳ ସେତିକି ନୁହେଁ, ବାତ୍ୟା ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଦୁଃଖ ଓ ଦୁର୍ଦଶାକୁ ସାହସିକତାର ସହ ଲୋକଲୋଚନକୁ ଆଣିବା ସହ ପ୍ରଶାସନ ପାଖରେ ପହଞ୍ଚାଇଥ‌ିବା ଶ୍ରୀ ନ୍ୟୁଜ୍‌ର ଗଞ୍ଜାମ ଜିଲ୍ଲା ପ୍ରତିନିଧୂ ରଂଜିତ ଜେନା, ରାଜେଶ ନାୟକ, ଶିବରାମ ଚୌଧୁରୀ, ସତ୍ୟକାନ୍ତ ପାତ୍ର ଓ ରଜନୀକାନୁ ପାତ୍ରଙ୍କୁ ମଧ୍ଯ ଅର୍ଣ୍ଣବ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା I ଏହା ସହିତ ଅତିରିକୁ ଆରକ୍ଷୀ ଅଧୀକ୍ଷକ ରଂଜନ କୁମାର ଦେ, ଉପଖଣ୍ଡ ଲୋକ ସୂଚନା ଅଧୂକାରୀ ସନ୍ତୋଷ କୁମାର ନାୟକ, ସମାଜସେବୀ ରଂଜିତ କୁମାର ବାରିକ, ବିନାୟକ ତ୍ରିପାଠୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ଯକ୍ଷ ଓଁ ଶାନ୍ତିର ସନ୍ତୋଷିନୀ ଭଉଣୀଙ୍କ ସମେତ ବହୁ ପୋଲିସ କର୍ମଚାରୀ ଓ ଶୁଭେଚ୍ଛୁ ବାର୍ଷା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ।ଶେଷରେ ପ୍ରେସ୍ କ୍ଲବର ଉପସଭାପତି ସୁନୀଲ କର ସମସ୍ତ ଅତିଥୁ, ସାମ୍ବାଦିକ, ପୋଲିସ କର୍ମଚାରୀ ଓ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଥୂଲୋ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons