ସମସ୍ତ ଦଳଙ୍କୁ ଏକାଠି ହେବାକୁ ମେହବୁବାଙ୍କ ଆହ୍ୱାନ

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଦ୍ୱାରା ଅତିରିକ୍ତ ୧୦,୦୦୦ ଯବାନ ପଠାଯିବା ପରେ କାଶ୍ମୀର ସ୍ଥିତ କିଛି ରାଜନୈତିକ ଦଳ ଏବେ କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଦେଇଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି ପୂର୍ବରୁ ଏହାକୁ ଜୋରଦାର ବିରୋଧ କରିସାରିଥିଲାବେଳେ ଏବେ ଏହା ଉପରେ କାଶ୍ମୀର ଘାଟିର ସମସ୍ତ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି ।
ସେ ଆଜି ଟ୍ୱିଟ୍ କରି ନ୍ୟାସନାଲ କନଫରେନ୍ସ ଦଳର ନେତା ଫାରୁକ ଅବଦୁଲ୍ଲାଙ୍କୁ ନିବେଦନ କରିଛନ୍ତି କି ସେ ଏଥିପାଇଁ ସମସ୍ତ ରାଜନୈତିକ ଦଳଙ୍କ ଏକ ବୈଠକ ଆହ୍ୱାନ କରନ୍ତୁ । କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁ କାଶ୍ମୀର ଘାଟିରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେଣୁ ଏହାକୁ ବିରୋଧ କରିବା ପାଇଁ ସବୁ ଦଳ ଏକାଠି ହେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି ।
ଏହା ପୂର୍ବରୁ ମେହବୁବା କହିଥିଲେ କି ଯଦି କେନ୍ଦ୍ର ରାଜ୍ୟରୁ ଧାରା ୩୫(କ)କୁ ହଟାଇବାକୁ ଉଦ୍ୟମ କରେ, ତାହାହେଲେ ଏହା ବାରୁଦ ଗଦାରେ ନିଆଁ ଲଗାଇବା ସହିତ ସମାନ ହେବ । ସେ ମଧ୍ୟ ପିଡ଼ିପି କର୍ମୀମାନଙ୍କୁ କେନ୍ଦ୍ର ବିରୋଧରେ ବଡ଼ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons