ଉନ୍ନାଓ ବଳାକ୍ରାର ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ:ଚିଠି ବିଳମ୍ବରେ ଦିଆଯିବାରୁ ପ୍ରଧାନ ବିଚାରପତି କ୍ଷୁବ୍ଧ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଉନ୍ନାଓ ବଳାକ୍ରାର ପୀଡ଼ିତା ଓ ତାଙ୍କ ମାଆ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନିକଟରେ ଏକ ପତ୍ର ଲେଖିଥିଲେ । ଏହି ଚିଠି ସୁପ୍ରିମକୋର୍ଟରେ ଠିକ୍ ସମୟରେ ପହଞ୍ôଚଥିଲା । ମାତ୍ର ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏସମ୍ପର୍କରେ ପ୍ରଧାନ ବିଚାରପତିଙ୍କୁ ଜଣାଇନଥିଲେ । ଗତ ରବିବାର ପୀଡ଼ିତା ଓ ତାଙ୍କ ପରିବାରକୁ ଦୁର୍ଘଟଣା ଜରିଆରେ ମାରିବାକୁ ଉଦ୍ୟମ କରାଯାଇଥିଲାବେଳେ ମଙ୍ଗଳବାର ରେଜିଷ୍ଟ୍ରି ପ୍ରଧାନ ବିଚାରପତିଙ୍କୁ ଏନେଇ ଅବଗତ କରାଇଥିଲା । ବୁଧବାର ଏହି ମାମଲାର ଶୁଣାଣି ବେଳେ ଏ ପ୍ରକାର ବିଳମ୍ବକୁ ନେଇ ପ୍ରଧାନ ବିଚାରପତି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କାହିଁକି ତାଙ୍କୁ ଏହି ଚିଠି ସମ୍ପର୍କରେ ଜଣାଇବାରେ ବିଳମ୍ବ କରାଗଲା, ସେନେଇ ରିପୋର୍ଟ ଦେବାକୁ ସେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଏହି ମାମଲାର ପୁଣି ଶୁଣାଣି ହେବ ।
ସିବିଆଇ ଆରମ୍ଭ କଲା ଯାଞ୍ଚ
ଉନ୍ନାଓ ବଳାକ୍ରାର ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ସଡ଼କ ଦୁର୍ଘଟଣା ଜରିଆରେ ହତ୍ୟା କରିବା ପାଇଁ କରାଯାଇଥିବା ପ୍ରୟାସର ଏବେ ସିବିଆଇ ଯାଞ୍ଚ କରିବା ଆରମ୍ଭ କରିଛି । ସିବିଆଇ ଆଜି ଏନେଇ ଏକ ମାମଲା ଦାୟର କରିଛି । ତା’ସହିତ ଏହି ମାମଲାରେ ଅଭିଯୁକ୍ତ ଥିବା ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଜେଲ ଭିତରେ କେଉଁମାନେ ଦେଖା କରିବାକୁ ଆସିଥିଲେ, ସେମାନଙ୍କର ଏକ ତାଲିକା ଦେବାକୁ ଏଜେନ୍ସି ରାଜ୍ୟ ଜେଲ ବିଭାଗକୁ କହିଛି ।
ଅଭିଯୁକ୍ତଙ୍କ ତାଲିକାରେ ଆଉ ଜଣେ ବିଜେପି ନେତା
ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ମାରିବା ପାଇଁ କରାଯାଇଥିବା ଉଦ୍ୟମକୁ ନେଇ ଯେଉଁମାନଙ୍କ ବିରୋଧରେ ମାମଲା ଦାୟର କରାଯାଇଛି, ସେମାନଙ୍କ ମଧ୍ୟରେ ସେଙ୍ଗରଙ୍କ ବ୍ୟତୀତ ଆଉ ଜଣେ ବିଜେପି ନେତା ଅରୁଣ ସିଂ ମଧ୍ୟ ଅଛନ୍ତି । ଅରୁଣ ସିଂ ଉନ୍ନାଓରେ ବିଜେପିର ବ୍ଲକ୍ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଥିଲାବେଳେ ସେ ମଧ୍ୟ ରାଜ୍ୟର ଜଣେ ମନ୍ତ୍ରୀ ରଣବେନ୍ଦ୍ର ପ୍ରତାପ ସିଂଙ୍କ ଜ୍ୱାଇଁ ଅଟନ୍ତି ବୋଲି ଜଣାପଡିଛି । ସେଙ୍ଗରଙ୍କୁ ବିଜେପି ଗତକାଲି ଦଳରୁ ବହିଷ୍କାର କରିସାରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons