ବିରିଡି,(ବି.ବି.ନ୍ୟୁଜ୍): ଶୁକ୍ରବାର ସନ୍ଧ୍ୟାରେ କଟକ-ମାଛଗାଁ ୫୫ନଂ. ଜାତୀୟ ରାଜପଥର ହାଜିପୁର ପେଟ୍ରୋଲ୍ ଟାଙ୍କି ନିକଟରେ ‘ଅଭିରାମ’ ନାମକ ଯାତ୍ରୀବାହୀ ବସ୍ଟି ରାସ୍ତା ପ।।ଶ୍ୱର୍ ଖାଲକୁ ଓଲଟି ପଡିଛି । ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବସ୍ଟି ପାରାଦୀପରୁ ଜଗତସିଂହପୁର ଦେଇ ଭୁବନେଶ୍ୱରକୁ ଯାଉଥିଲା । ସନ୍ଧ୍ୟା ପ୍ରାୟ ୬ଟାରେ ବସ୍ ହାଜିପୁର ପେଟ୍ରୋଲ ଟାଙ୍କି ନିକଟରେ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଡାହାଣ ପଟକୁ ମାଡ଼ିଯାଇଥିଲା ଓ ହଠାତ୍ ରାସ୍ତାପାଶ୍ୱର୍କୁ ଓଲଟି ପଡିଥିଲା । ବସ୍ରେ ୫୦ରୁ ବେଶୀ ଯାତ୍ରୀ ଥିଲେ । ବସ୍ ଓଲଟି ପଡିବା ଦେଖି ସ୍ଥାନୀୟ ଲୋକେ ବିରିଡିି ଅଗ୍ନିଶମବାହିନୀ ଏବଂ ପୁଲିସକୁ ଖବର ଦେଇଥିଲେ । ଅଗ୍ନିଶମବାହିନୀ, ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କ ମଧ୍ୟରେ ଜଗତସିଂହପୁର ଚାରିପୋଲିଆର ଜଣେ ବୃଦ୍ଧା ଥିବା ଜଣାପଡିଛି । ଆହତମାନଙ୍କୁ ବିରିଡିି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଏବଂ ହେଲ୍ପର୍ ଫେରାର ହୋଇଯାଇଛନ୍ତି । ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି ।


Comments are closed, but trackbacks and pingbacks are open.