ଓଡ଼ିଶାରେ ମୋରିସ୍ ଗ୍ୟାରେଜେସ୍ ‘ହେକ୍ଟର’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଇଂଲଣ୍ଡଭିତ୍ତିକ ବିଶ୍ୱର ପ୍ରମୁଖ କାର୍ ନିର୍ମାତା ଏମ୍ଜି (ମୋରିସ୍ ଗ୍ୟାରେଜେସ୍) ମୋଟର ଓଡ଼ିଶାରେ ନିଜ ଇଣ୍ଟରନେଟ୍ କାର୍ ‘ହେକ୍ଟର’ ଜରିଆରେ ପାଦ ଥାପିଛି । ମୋରିସ୍ ଗ୍ୟାରେଜେସ୍ର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ ନୁପୁର ଜୈନଙ୍କ ସମେତ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଅନୁଗୁଳ ସାମଲ କେୟାରର ଡ. କୁମାର ଗୌରବ ସାମଲ, ଏମ୍ପ୍ରିଓ ହ୍ୱିଲ୍ସର ନିର୍ଦ୍ଦେଶକ ଗଙ୍ଗାଧର ସାମଲ, ଏମ୍ପ୍ରିଓ ହ୍ୱିଲ୍ସ ପରିଚାଳନା ନିର୍ଦ୍ଦେଶକ ଅବିନାଶ ସାମଲ ଏହି କାର୍ର ବଜାର ପ୍ରବେଶ କରାଇଛନ୍ତି ।
ଏ ଅବସରରେ ଏମ୍ଜି ମୋଟର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ କହିଛନ୍ତି, ହେକ୍ଟର ହେଉଛି ଭାରତର ପ୍ରଥମ ଇଣ୍ଟରନେଟ୍ କାର । ଏଥିରେ ୫୦ରୁ ଅଧିକ କନେକ୍ଟେଡ୍ ବୈଶିଷ୍ଟ ସହ ୧୯ଟି ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ଏହାର ନେକ୍ସଟ୍-ଜେନ୍ ଆଇ-ସ୍ମାର୍ଟ ଜ୍ଞାନକୌଶଳ ଓ ୧୦.୪ ଇଞ୍ଚ ବିଶିଷ୍ଟ ଏଚ୍ଡି ଟଚ୍ ସ୍କ୍ରିନ୍ ଗ୍ରାହକଙ୍କୁ ଅନନ୍ୟ ଅଭିଜ୍ଞତା ଦେବ । ସେ କହିଛନ୍ତି, ଏବେ ୧୨୦ଟି ଡିଲର ନେଟ୍ୱର୍କ ସହ ଏମ୍ଜି ମୋଟର ଭାରତରେ ପାଦ ଥାପିଛି । ଆଗାମୀ ୧୫ ଦିନ ମଧ୍ୟରେ ଭୁବନେଶ୍ୱର ପାହାଳ ନିକଟରେ ଏହାର ସୋ’ରୁମ୍ ଉଦ୍ଘାଟନ ହେବ । ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭାରତରେ କମ୍ପାନିର ସୋ’ରୁମ୍ ସଂଖ୍ୟା ୨୫୦ରେ ପହଞ୍ଚିବ ବୋଲି ଜୈନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons