ରବିଶ କୁମାରଙ୍କୁ ରମଣ ମାଗ୍ସେସେ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଏନ୍ଡିଟିଭି ଇଣ୍ଡିଆର କାର୍ଯ୍ୟକାରୀ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବିଶ କୁମାର ଚଳିତବର୍ଷର ସମ୍ମାନଜନକ ରମଣ ମାଗ୍ସେସେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଚଳିତ ବର୍ଷ (୨୦୧୯) ପାଇଁ ଏହି ପୁରସ୍କର ପ୍ରଦାନ କରାଯିବ ।
ରବିଶ କୁମାର ତାଙ୍କ କାର୍ଯ୍ୟକ୍ରମ ‘ପ୍ରାଇମ୍ ଟାଇମ୍’ରେ ସ୍ୱରହୀନ ବ୍ୟକ୍ତିଙ୍କ ପାଇଁ ସ୍ୱର ଉଠାଇବା, ସାଧାରଣ ଜନତାଙ୍କ ବାସ୍ତବିକ ସମସ୍ୟାକୁ ସମସ୍ତଙ୍କ ନଜରକୁ ଆଣିବା, ସାମ୍ବାଦିକତା ପେସା ପ୍ରତି ଦୃଢ଼ ପ୍ରତିଶ୍ରୁତି ଏବଂ ପକ୍ଷପାତହୀନ ସମ୍ବାଦ ପରିବେଷଣ ଲାଗି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ରମଣ ମାଗ୍ସେସେ ଆୱାର୍ଡ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ବିହାରର ଜିତୱାରପୁର ଠାରେ ଜନ୍ମିତ ରବିଶ କୁମାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ସେ ୧୯୯୬ରୁ ଏନ୍ଡିଟିଭିରେ କାର୍ଯ୍ୟରତ ଅଛନ୍ତି ।
ତାଙ୍କ ସହିତ ଅନ୍ୟ ୪ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଅଛନ୍ତି ମ୍ୟାଁମାରର କୋ ସ୍ୱେ ୱିନ, ଥାଇଲ୍ୟାଣ୍ଡର ଅଙ୍ଗଖାନା ନୀଲାପାଇଜିତ, ଫିଲିପାଇନ୍ସର ରେମୁଣ୍ଡୋ ପୁଜାନ୍ତେ କାୟାବ୍ୟବ ଏବଂ ଦକ୍ଷିଣ କୋରିଆରର କିମ୍ ଜଙ୍ଗ-କି ।
ସୂଚନାଯୋଗ୍ୟ ଯେ ପୂର୍ବରୁ ଭାରତର ଆର.କେ ଲକ୍ଷ୍ମଣ, ପି ସାଇନାଥ, ଅରୁଣ ସୌରୀ, କିରଣ ବେଦୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଏସିଆର ନୋବେଲ ପୁରସ୍କାର ଭାବେ ପରିଚିତ ରମଣ ମାଗ୍ସେସେ ପୁରସ୍କାର ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons