ଆଣ୍ଡରସନ ଆହତ

Get real time updates directly on you device, subscribe now.

ବର୍ମିଂହାମ: ଏଜବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ଆସେସ ଟେଷ୍ଟରେ ଇଂଲଣ୍ଡର ଭେଟେରାନ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଆହତ ହୋଇଛନ୍ତି । ମ୍ୟାଚ୍ର ପ୍ରଥମ ଦିବସରେ ଆଣ୍ଡରସନ୍ ମାତ୍ର ୪ ଓଭର ବୋଲିଂ କରି ୩ଟି ମେଡେନ ସହ ୧ ରନ୍ ପ୍ରଦାନ କରିଥିଲେ । ବୋଲିଂ ବେଳେ ସେ ବାମ ଗୋଡ ମାଂସ ପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେ ବୋଲିଂ କରିପାରି ନଥିଲେ । ଅପରାହ୍ଣରେ ତାଙ୍କୁ ଆଘାତ ସ୍ଥାନର ସ୍କାନିଂ ପାଇଁ ଡାକ୍ତରଖାନା ପଠାଇ ଦିଆଯାଇଥିଲା । ସୂଚନାଯୋଗ୍ୟ, କାଉଣ୍ଟି କ୍ରିକେଟ୍ ଖେଳୁଥିବାବେଳେ ଆଣ୍ଡରସନ ଆହତ ହୋଇଥିଲେ । ଫଳରେ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ୪ ଦିନିଆ ଅଫିସିଆଲ୍ ଟେଷ୍ଟ ଦଳରୁ ବାଦ ଦିଆଯାଇଥିଲା । ପ୍ରଥମ ଆସେସ ଟେଷ୍ଟ ପୂର୍ବରୁ ସେ ଫିଟ୍ ଘୋଷିତ ହେବାରୁ ନବାଗତ ଜୋଫ୍ରା ଆର୍ଚରଙ୍କ ଏକାଦଶରେ ସ୍ଥାନ ମିଳି ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons