ଭୁବନେଶ୍ୱର,(ବି.ବି.ବ୍ୟୁରୋ):ମେଡିକାଲ ଏବଂ ଇଞ୍ଜିନିୟରିଂ କୋଚିଂରେ ପ୍ରମୁଖ ପ୍ରତିଷ୍ଠାନ ଆଲେନ୍ କ୍ୟାରିୟର ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ସମାବର୍ତ୍ତନ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି । ଜେଇଇ, ଏନ୍ଇଇଟି ଏବଂ ଏମ୍ସ ଆଦି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୩୦୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଏଥିରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଆଲେନ୍ର ଆଦର୍ଶ, ଆଲେନ୍ ସିଷ୍ଟମ୍, ଏକାଡେମିକ୍ କ୍ୟାଲେଣ୍ଡର, ସାପ୍ତାହିକ ପରୀକ୍ଷା ବ୍ୟବସ୍ଥା, ନିୟମିତ ଉପସ୍ଥିତି ବ୍ୟବସ୍ଥା ଏବଂ ଡାଉଟ୍ କାଉଣ୍ଟର ବିଷୟରେ ଜାଣିବାକୁ ପାଇଥିଲେ ।
ଏହି ଅବସରରେ ଆଲେନ୍ର ବରିଷ୍ଠ ଉପ-ସଭାପତି ସି. ଆର୍. ଚୌଧୁରୀ କହିଥିଲେ ଯେ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାବେଳେ ଛାତ୍ରଛାତ୍ରୀମାନେ ସର୍ବଦା ସକାରାତ୍ମକ ଚିନ୍ତାଧାରା ରଖିବା ଦରକାର । ଲକ୍ଷ୍ୟକୁ ପ୍ରାଧାନ୍ୟ ଦେଇ ପାଠପଢ଼ାରେ ସମ୍ପୂର୍ଣ୍ଣ ମଜିଯିବା ଦରକାର । ପଢ଼ାକୁ ନିଜ ଅଭ୍ୟାସରେ ପରିଣତ କଲେ ସଫଳତା ନିଶ୍ଚିତ ମିଳିବ । ପରିଶ୍ରମ ଉପରେ ସଫଳତା ନିର୍ଭର କରେ ବୋଲି ସେ କହିଥିଲେ ।
ଆଲେନ୍ର ଉପସଭାପତି ପଙ୍କଜ ଅଗ୍ରୱାଲ ଲକ୍ଷ୍ୟକୁ ହାସଲ କରିବା ପାଇଁ କିପରି ନିଜ ମଧ୍ୟରେ ଆବେଗକୁ ବଢ଼ାଯିବ ତାହା ଉପରେ ଉଦ୍ବୋଧନ ଦେଇଥିଲେ । ସଫଳତା ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ କରିବାକୁ ପଡ଼ିବ ବୋଲି ଭୁବନେଶ୍ୱର ସେଣ୍ଟର ମୁଖ୍ୟ ଅନୁରାଗ ମିଶ୍ର ପ୍ରକାଶ କରିଛନ୍ତି । ସାପ୍ତାହିକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ଶ୍ରୀ ଚୌଧୁରୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ ପ୍ରଦାନ କରିଥିଲେ ।
Comments are closed, but trackbacks and pingbacks are open.