ଭାରତର ପ୍ରଗତିଶୀଳ ଉର୍ଜା କ୍ଷେତ୍ର ନିବେଶକଙ୍କୁ ଆକୃଷ୍ଟ କରିଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଭାରତର ପ୍ରଗତିଶୀଳ ଉର୍ଜା କ୍ଷେତ୍ର ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଛି । ଦେଶର ଉର୍ଜା ସୁରକ୍ଷା ଏବଂ ସ୍ଥାୟୀ ଉର୍ଜା ଉବିଷ୍ୟକୁ ସୁନିଶ୍ଚିତ କରିବା ପାଇଁ ଉଭୟ ଘରୋଇ ଓ ବିଦେଶୀ ନିବେଶକଙ୍କୁ ଦେଶକୁ ସ୍ୱାଗତ ବୋଲି ନୂଆଦିଲ୍ଲୀଠାରେ ଆୟୋଜିତ ବ୍ଲୁମ୍ବର୍ଗ ଏନ୍ଇଏଫ୍ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଭାରତର ଆର୍ଥିକ ବିକାଶ ପାଇଁ ସମସ୍ତଙ୍କୁ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଚଳିତ ଆର୍ଥିକବର୍ଷ ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ । ନିକଟ ଭବିଷ୍ୟତରେ ଏହାକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ତଥା ଭାରତକୁ ସୁରକ୍ଷିତ ରଖିବା ପାଇଁ ଦେଶର ୧୩୦ କୋଟି ଲୋକଙ୍କ ପାଖରେ ଉର୍ଜା ପହଞ୍ଚାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ ଦେଶରେ ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହାଇଡ୍ରୋକାର୍ବନ କ୍ଷେତ୍ରରେ ମଧ୍ୟ ପରୀକ୍ଷା କରାଯାଇ ବିକଳ୍ପ ଉର୍ଜା ବାହାର କରିବାର ଉପାୟ ଅବଲମ୍ୱନ କରାଯାଇଛି ।
ପରିବେଶ ପ୍ରଦୂଷଣ ଆମ ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଦେଶରେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ବିଏସ-୬ ମାନଦଣ୍ଡ ବିଶିଷ୍ଟ ଇନ୍ଧନ ବ୍ୟବହାର କରାଯିବ । ରାଜଧାନୀ ଦିଲ୍ଲୀରେ ଗତବର୍ଷ ଏପ୍ରିଲରୁ ବିଏସ-୬ ଇନ୍ଧନ ବ୍ୟବହାର ଆରମ୍ଭ ହୋଇଛି । ସେହିପରି ରିଫାଇନାରୀ ସଂସ୍ଥା ଗୁଡିକ ବିଏସ୍-୬ ଇନ୍ଧନ ଉତ୍ପାଦନ ଏବଂ ଏହାକୁ ୨୦୨୦ ଏପ୍ରିଲରୁ ସାରା ଦେଶରେ ଯୋଗାଇବା ପାଇଁ ପ୍ରାୟ ୩୦, ୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିଥିବା ପ୍ରଧାନ କହିଛନ୍ତି । ଆଗାମୀ ଦିନରେ ସ୍ଥାୟୀ ଉର୍ଜା କ୍ଷେତ୍ରରେ ଭାରତର ଭବିଷ୍ୟ ପାଇଁ ୧୭୦ ଗିଗାୱାଟ୍ ନବୀକରଣ ଯୋଗ୍ୟ ଉର୍ଜା ଉତ୍ପାଦନ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଅପଷ୍ଟ୍ରିମ୍ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଦେଶରେ ସିଟି ଗ୍ୟାସ ବିତରଣ ତଥା ସିଜିଡି ନେଟୱର୍କକୁ ବିସ୍ତାର କରାଯାଇଛି । ବର୍ତ୍ତମାନ ଭାରତୀୟ ଜନସଂଖ୍ୟାର ୭୦ଧ ଲୋକଙ୍କ ପାଖରେ ସିଜିଡି ନେଟୱର୍କ ପହଞ୍ଚି ପାରିଥିବା ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons