ଆଫୋର୍ଡର ମେଗା ବୃକ୍ଷରୋପଣ ଅଭିଯାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆସୋସିଏସନ୍ ଫର୍ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଡେଭଲପର୍ସ (ଆଫୋର୍ଡ) ପକ୍ଷରୁ ଏକ ‘ମେଗା ବୃକ୍ଷରୋପଣ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି । ସଜାଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଆୟୋଜିତ ଏହି ବୃକ୍ଷରୋପଣ ଅଭିଯାନରେ ଭୁବନେଶ୍ୱରରୁ ପୁରୀ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ପ୍ରାୟ ୫୦,୦୦୦ ନିମ ଗଛ ରୋପଣ କରାଯାଇଥିଲା । ଏ ଅବସରରେ ଆଫୋର୍ଡର ସଭାପତି ନିଶିଥ ରଞ୍ଜନ ନନ୍ଦ କହିଛନ୍ତି କହିଛନ୍ତି, ଏହି ମେଗା ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇ ଆମେ ବେଶ ଆନନ୍ଦିତ । ଆଗାମୀ ଦିନରେ ମଧ୍ୟ ଆଫୋର୍ଡ ପକ୍ଷରୁ ପରିବେଶ ସହ ଜଡ଼ିତ ବିଭିନ୍ନ ପ୍ରକାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜାରି ରଖିବ । ସଜାଗ ଆବାହକ ପ୍ରଶାନ୍ତ ଆଦିତ୍ୟ କହିଛନ୍ତି, ଆଫୋର୍ଡ ଭଳି ଏକ ରିଅଲ୍ ଇଷ୍ଟେଟ୍ ସଂଘ ଏହି ମେଗା ବୃକ୍ଷରୋପଣ ଅଭିଯାନ ପାଇଁ ଆଗେଇ ଆସିବା ନିଶ୍ଚିତ ଖୁସିର ବିଷୟ । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅଫୋର୍ଡ ସଦସ୍ୟ ଦେବକାନ୍ତ ପ;ନାୟକ, ସମ୍ଭୁନାଥ ପତି, ଅଂଶୁମାନ ଦାସ, ଅଭୟ ସ୍ୱାଇଁ, ଶୁଭେନ୍ଦୁ ତ୍ରିପାଠୀ, ବିଜୟ ମିଶ୍ର, ବିଜୟ ପାତ୍ର, ପ୍ରଦୀପ ସୁତାର, ଜଗତ କର, ଦେବାଶିଷ ପ୍ରଧାନ, ହରିଶ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons