ଆକାଶ ଇନ୍ଷ୍ଟିଚ୍ୟୁଟ୍ର ଆନ୍ଥେ-୨୦୧୯ ପରୀକ୍ଷା ଅକ୍ଟୋବର ୨୦ରେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଆକାଶ ଏଜୁକେସନାଲ ସର୍ଭିସେସ ଲିମିଟେଡ୍ ପକ୍ଷରୁ ଆକାଶ ନ୍ୟାସ୍ନାଲ୍ ଟ୍ୟାଲେଣ୍ଟ ହଣ୍ଟ ପରୀକ୍ଷା (ଆନ୍ଥେ -୨୦୧୯)ର ଦଶମ ସଂସ୍କରଣ ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ପରୀକ୍ଷା ଅକ୍ଟୋବର ୨୦ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ୧୦୦ ପ୍ରତିଶତ ପ୍ରର୍ଯ୍ୟନ୍ତ ସ୍କଲାରଶିପ୍ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଉକ୍ତ ପରୀକ୍ଷାରେ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ । ଏଥିପାଇଁ ପଞ୍ଜୀକରଣ ବ୍ୟବସ୍ଥା ରହିଛି । ଡାକ୍ତରୀ ଓ ଇଞ୍ଜିନିୟରିଂ (ଆଇଆଇଟି ଜେଇଇ) ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ କିମ୍ୱା ସେମାନଙ୍କର ଅଭିଭାବକମାନେ ୫୦୦ ଟଙ୍କା ଦେଇ ଅନଲାଇନ୍ ଜରିଆରେ କିମ୍ବା ଆକାଶ ଇନ୍ଷ୍ଟିଚ୍ୟୁଟ୍ ଶାଖାକୁ ଯାଇ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣର ଶେଷ ତାରିଖ ୧୫ ଅକ୍ଟୋବର ୨୦୧୯ ରଖାଯାଇଛି । ଚଳିତ ବର୍ଷ ଏହି ପରୀକ୍ଷା ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଭୁବନେଶ୍ୱର, କଟକ, ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ବ୍ରହ୍ମପୁର, କୋରାପୁଟ, ଜୟପୁର, ବାରିପଦା, ଭଦ୍ରକ, କେନ୍ଦୁଝର, ଟିଟିଲାଗଡ଼, ରାୟଗଡ଼ା, ଅନୁଗୁଳ ଓ ସୁନ୍ଦରଗଡ଼ କେନ୍ଦ୍ରମାନଙ୍କରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନେ ଉକ୍ତ ପରୀକ୍ଷାରେ ସୁଯୋଗ ନେବା ପାଇଁ ଆକାଶ ଭୁବନେଶ୍ୱର ଶାଖା କେନ୍ଦ୍ର ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons