ଓଡ଼ିଆ ସିନେମାରେ ପ୍ରଥମ ଥର ପ୍ରୋସ୍ଥେଟିକ୍ ମେକ୍ଅପ୍ ଦେଖିବେ ଦର୍ଶକ । ଯେଉଁଥି ପାଇଁ କିଛି କମ୍ ପରିଶ୍ରମ କରିବାକୁ ପଡ଼ିନି । ୫ଜଣ ମେକ୍ଅପ୍ମ୍ୟାନ୍ ୩ଘଣ୍ଟା ଧରି ଏହି ମେକ୍ଅପ୍ କରିଛନ୍ତି । ଯାହାକୁ ଦେଖି ଦର୍ଶକ ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ । ବସୁଧା ଫଟାଇ ଅଭିନେତା ଚନ୍ଦନ ଆସିଲେ ଯାଇ ପ୍ରେକ୍ଷାଳୟରେ ଏହାକୁ ଦେଖିପାରିବେ । ଚନ୍ଦନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତୋ ପାଇଁ ଫେରିବି ବସୁଧା ଚିରି’ ଏବେ ପ୍ରସ୍ତୁତ, ଯାହା ଖୁବ୍ଶୀଘ ମୁକ୍ତିଲାଭ କରିବାକୁ ଯାଉଛି । ସିନେମାର କାହାଣୀ ଅନୁସାରେ ଚନ୍ଦନ ତିନୋଟି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ । ତେବେ ସେଥିରୁ ଗୋଟିଏ ଚରିତ୍ର ଏଭଳି ରହିଛି ଯେଉଁଥିପାଇଁ ତାଙ୍କୁ ପ୍ରୋସ୍ଥେଟିକ୍ ମେକ୍ଅପ୍ ଦେବାକୁ ବା୍ମ ହୋଇଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ । ଯାହା ଓଡ଼ିଆ ସିନେମାରେ ଇତିହାସ ସୃଷ୍ଟି କରିବାକୁ ଯାଉଛି ।
Comments are closed, but trackbacks and pingbacks are open.