ଗ୍ଲୋବାଲ ଟି-ଟ୍ୱେଣ୍ଟି:ଯୁବିଙ୍କ ବିସ୍ଫୋରକ ଅର୍ଦ୍ଧଶତକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂହ ଚଳିତ ଗ୍ଲୋବାଲ ଟି-ଟ୍ୱେଣ୍ଟିରେ (କାନାଡ଼ା) ଚମକ୍ରାର ବ୍ୟାଟିଂ ଜାରି ରଖିଛନ୍ତି । ଟରଣ୍ଟୋ ନ୍ୟାସନାଲ ପକ୍ଷରୁ ଖେଳୁଥିବା ଯୁବି ବ୍ରାମ୍ପଟନ୍ ବୁଲ୍ସ ବିପକ୍ଷ ଏକ ଲିଗ୍ରେ ୨୨ ବଲ୍ରୁ ୫୧ର ଧୂଆଁଧାର ଇନିଂସ୍ ଖେଳିଥିଲେ । ସେଥିମଧ୍ୟରେ ସେ ୩ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ । କେବଳ ବ୍ୟାଟିଂରେ ନୁହେଁ ବରଂ ବୋଲିଂ ଓ ଫିଲ୍ଡିଂରେ ନିଜ ଚମକ ଦେଖାଇଥିଲେ । ସେ ଗୋଟିଏ ୱିକେଟ୍ ନେବା ସହ ୨ଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଧରିଥିଲେ । ଅଧିନାୟକ ଯୁବିଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ତେ୍ୱ ତାଙ୍କ ଦଳ ୧୧ ରନ୍ରେ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍ରେ ବ୍ରାମ୍ପଟନ ବୁଲ୍ସ ପ୍ରଥମେ ବ୍ୟାଟିଂ କରି ୬/୨୨୨ ରନ୍ କରିଥିଲା । ଜବାବରେ ଟରଣ୍ଟୋ ନ୍ୟାସନାଲ ୭/୨୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ସୂଚନାଯୋଗ୍ୟ, ଯୁବି ଗତ ଜୁଲାଇ ୨୯ ତାରିଖରେ ଅନୁଷ୍ଠିତ ୱିନିପେଗ ହକ୍ସ ବିପକ୍ଷ ମ୍ୟାଚ୍ରେ ୨୬ ବଲ୍ରୁ ଦ୍ରୁତ ୪୫ ରନ୍ କରିଥିଲେ । ଏହି ମ୍ୟାଚ୍ରେ ବି ଦଳ ପରାଜିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons